ମାତୃଶକ୍ତି
==================
ମାତୃଶକ୍ତି ଅଟେ ଏକ ଅସ୍ତ୍ରକଣ୍ଟକ...
ତାର କ୍ରୋଧଜ କରେ ଖଣ୍ଡନ
ଦୁନିଆର ଯେତେ ଦାମିକା ଅସ୍ତ୍ରଶସ୍ତ୍ର
ଦେଖି ତା ସନ୍ତାନ  ବିପଦା ମୁଖ 
ଧାରଣ କରେ ସେ ମା କାଳୀଙ୍କ ରୂପ |
 
ମାତୃଶକ୍ତି ଅଟେ ଏକ  ଅସ୍ତ୍ରକଣ୍ଟକ...
ଧରିଣୀ ଦଶ ମାସ ଦଶଦିନ ଗର୍ଭାଶୟେ  
ଅନ୍ଧକାରର ପ୍ରତିଘାତ ସହ୍ୟ କରେ 
ଅନୁଭବିନୀ ହୋଇ ସନ୍ତାନର ପଦାଘାତ 
ମୃହୁତ୍ୱକେ ଭୁଲିଯାଏ  ଯନ୍ତ୍ରଣାର କଷ୍ଟ  |

ମାତୃଶକ୍ତି ଅଟେ ଏକ  ଅସ୍ତ୍ରକଣ୍ଟକ...
ମାଆର କୋଳେ ମୁଣ୍ଡ ରଖିଲେ ସନ୍ତାନ  
ଭୁଲିଯାଏ ସବୁକିଛି ଯନ୍ତ୍ରଣା ଜର୍ଜରିତ ମନ 
ପାଏ ସ୍ପର୍ଶ ଶାନ୍ତିକର ମାଆର କୋଳେ
ତେଣୁ ଲୋଡେ ନାହିଁ ଆଉ କାହାର ପରଶ|

ମାତୃଶକ୍ତି ଅଟେ ଏକ  ଅସ୍ତ୍ରକଣ୍ଟକ...
ସନ୍ତାନର ମାଆ ଡାକ ଶୁଣି ରହିପାରେନି 
ମୃତ୍ୟୁର ଘାତ ପାର କରି ଆସେ ଧାଇଁ 
ମାଆ ଯାହା ଜୀବନର  ଅନ୍ତ ନାହିଁ 
ଯିଏ ଜନମ ଜନମ ଜୀବିତ ତା ସନ୍ତାନ ପାଇଁ |

ମାତୃଶକ୍ତି ଅଟେ ଏକ  ଅସ୍ତ୍ରକଣ୍ଟକ...
ଯୋଉ ଶକ୍ତିର କେବେ ଅନ୍ତ ନାହିଁ...
===================
                          ଅଧ୍ୟାପିକା.ପ୍ରଜ୍ଞାଲିନ ସାହୁ 
                                                   ଜଗତସିଂହପୁର