ମାତୃଶକ୍ତି
************************
ପ୍ରଥମ ଶବ୍ଦଟି ଏନ୍ତୁଡି ଶାଳରେ
     ଶିଶୁ ରୂପେ ଡାକେ ମାଆ
ତା ପଣତ କାନି ଶ୍ରୀମନ୍ଦିର ନେତ
     ଭରା ନଈର ସେ ନାଆ ।।
ନାରୀ ସ୍ନେହମୟୀ ଚାରୁ ହାସ୍ୟମୟୀ
     ସର୍ବଦା ଆଗରେ ଠିଆ
ମହିସାମର୍ଦ୍ଦିନି ରୂପ ଧରିପାରେ
     ପାଷାଣ ସମ ତା ହିଆ ।।
କିଟ ଠାରୁ ହାତୀ ଧରା ପୃଷ୍ଠେ ମାତି
     ଖାଇ ସୁଲୁସୁଲୁ ବାଆ
ସମସ୍ତଙ୍କ ଭାର ବହନ କରୁଛି
     ସେଇ ବସୁନ୍ଧରା ମାଆ ।।
ଥିଲେ ଝାନ୍ସୀରାଣୀ ନାମ ଲକ୍ଷ୍ମୀବାଇ
     ଆଜିବି ପଡୁଛି ନାଆଁ
ରମାଦେବୀ ସଙ୍ଗେ ମାଳତୀଚୌଧୁରୀ
     ସେମାନେ ସଂଗ୍ରାମୀ ମାଆ ।।
କୁନ୍ତଳା କୁମାରୀ ପ୍ରତିଭା ରାୟ ବି
      ପଥ ପ୍ରଦର୍ଶକ ମାଆ
କଲମ ମୁନରେ ହୃଦୟ ଭିତରେ
      ପଞ୍ଜୁରୀ ଭିତର ଶୁଆ ।।
ମଦର ଟେରେସା ମନେ ବାନ୍ଧି ଆଶା
       ଭୁଲି ନିଜ ଖିଆ ପିଆ
ମାନବ ସେବା ହିଁ ମାଧବ ର ସେବା
      ସଭିଙ୍କ ଦୁଆରେ ଠିଆ ।।
ସମାଜ ଗଠନେ ବୀଜ ସଦୃଶ ଯେ
       ଯୁଗେ ଯୁଗେ ତାର ନାଆଁ
ମାତୃଶକ୍ତି ଠାରୁ ବଳିଷ୍ଠ କେ ନୁହେଁ
       ବିଶାଳ ହୃଦୟ ମାଆ।।
*************************
     ରଞ୍ଜନ କୁମାର ଭୁକ୍ତା
ରାକଶ,ତାଳଚେର,ଅନୁଗୋଳ
   ମୋ- ୯୪୩୯୪୯୯୬୧୫