ମାତୃଶକ୍ତି
ଗ୍ରାମେ ଗ୍ରାମ ଦେବୀ
ଘରେ ମାଆ ବୋଉ
ବାଶୁଳୀ ବରାହୀ
ଯିଏ ଯାହା କହୁ। (୧)
ଏକା ମାତୃଶକ୍ତି
ସେତ ସ୍ନେହମୟୀ
ଅଭୟ ଦାୟିନୀ
ଜୀବନ ପ୍ରଦାୟୀ (୨)
ହିଙ୍ଗୁଳା ମଙ୍ଗଳା
ବିପଦରେ ସାହା
ଆଶ୍ରା ମାଆ କୋଳ
ଚନ୍ଦନ ତା ଆହାଃ (୩)
ଦେବୀ ବୀଣାପାଣି
ଜ୍ଞାନ ପ୍ରଦାୟିନୀ
ଦିଏ ଭାବ ଭାଷା
ମା ଉଦଵୋଧନୀ (୪)
ଦୁର୍ଗା ଦଶଭୁଜା
ହରନ୍ତି ଦୁର୍ଗତି
ମାଆ କ୍ଷୀରେ ଭରେ
ବାହୁ ଭୁଜେ ଶକ୍ତି (୫)
ଲକ୍ଷ୍ମୀ ଠାକୁରାଣୀ
ଦୟାରୁ ଭୋଜନ
ମିଳେ ଯେହ୍ନେ ମାଆ
ବାଢ଼ିଦିଏ ଅନ୍ନ (୬)
ବିରଜା ବିମଳା
ଆଦି ଯେତେ ଦେବୀ
ସନ୍ତାନ ମଙ୍ଗଳେ
ମାଆ ଥାଏ ସେବି (୭)
ଜଗତ ତାରିଣୀ
ବିପଦ ହାରିଣୀ
ସ୍ୱର୍ଗ ଠାରୁ ବଡ଼
ସକଳ ଜନନୀ (୮)
ଦେବୀଙ୍କ ମନ୍ଦିର
ମା ପଣତ କାନି
ନିରାପଦ ସ୍ଥଳୀ
ମଧ୍ୟେ ଏ ଅବନୀ। (୯)
୭/୬/୨୦/////
ପ୍ରଦ୍ୟୁମ୍ନ ପଟ୍ଟନାୟକ
ଫ୍ଲାଟ ନଂ ୧୦୧, ପ୍ରକାଶଦୀପ ଟାୱାର
ଜୟଦୁର୍ଗା ନଗର ଭୁବନେଶ୍ୱର-୦୬//୯୯୬୮୨୮୦୮୯୬
0 Comments