ଡାକିଲେ ଗଜ

ଆସିଲାଣି ରଜ
          ଦେଖ ସଙ୍ଗାତ
ବନସ୍ତ ମଧ୍ୟରେ
          ଡାକିଲେ ଗଜ

ଆସରେ କୁଆଁରୀ
          ବନ୍ଧୁ ବାନ୍ଧବି
ଦୋଲିରେ ତୁମକୁ
          ଦେବି ଝୁଲେଇ

ଚାଲ ସାଙ୍ଗ ସାଥି
          ହୋଇ ଏକାଠି
ବନସ୍ତରେ ଯିବା
          ଝୁଲିବା ଦୋଳି

ପାଦରେ ଅଳତା
          ମୁଣ୍ଡେ ଗଜରା
ଥିରି ଥିରି ପାଦ
          ଭୂମିରେ ପକା

ଅଟଇ ଧରଣୀ
          ଆମରି ମାଆ
ଆଜିର ଦିନରେ
          ସମ୍ମାନ ଦେବା

ସାଙ୍ଗରେ ଧରିଥା
          ସେ ମିଠା ପାନ
ଖାଇ ଖୁଆଇବା
          ସଖି ସଙ୍ଗାତ

ଏଇ ରଜ ଆଉ
          ଆସିବ ନାହିଁ
ଖୋଲି କହିଦେବା
          ମନକୁ ଜାଣି

ମିଲି ମିଶି ଆମେ
          ଫେରି ଆଶିବା
ସେ ବୃକ୍ଷ ଲତା ଙ୍କୁ
          କଷ୍ଟ ନଦେବା

ନାମ:-ନିଳାମ୍ବର ମହାନନ୍ଦ
ଗ୍ରାମ:-ଆମ୍ବଗୁଡା  ବ୍ଲକ:-ଗୋଲାମୁଣ୍ଡା  ଜିଲ୍ଲା:-କଳାହାଣ୍ଡି