:: କାର୍ଗିଲ ବିଜୟ ଦିବସ ::
   

କାନ୍ଦୁଅଛି ଆଜି ତ୍ରିରଙ୍ଗା ପତାକା
                 ହରେଇ ବୀର ସନ୍ତାନ l
ସଭିଙ୍କ ଆଖିରୁ ଝରୁଅଛି ଲୁହ
                 ଦେଇ ପ୍ରାଣ ବଳିଦାନ l
ମାଆର ପଣତ ଭିଜୁଛି ଲୁହରେ
                 ବାପାଙ୍କୁ ତ ନିଦ ନାହିଁ l
ଫେରିଲାନି ପୁଅ କଥା ଦେଇଥିଲା
                  ବାହୁଡ଼ି ଆସିଲା ନାହିଁ l
ଘରଣୀ ମଥାରୁ ସବୁଦିନ ପାଇଁ
                  ସିନ୍ଦୁର ତ ଲିଭିଗଲା l
ପୁଅ କାନ୍ଦୁଅଛି କୁଆଁ କୁଆଁ ହେଇ
                  ହାତରୁ ଶଙ୍ଖା ଭାଙ୍ଗିଲା l
ଧନ୍ୟ ଧନ୍ୟ ତୁମେ ହେ ବୀର ସନ୍ତାନ
                  ଦେଶ ପାଇଁ ଦେଲ ପ୍ରାଣ l
ଜୟ ହିନ୍ଦ ବୋଲି ତ୍ରିରଙ୍ଗା କହୁଛି
                  ରଖିଲ ଦେଶର ମାନ l
ଜାଣିଅଛି ମୁଁ ଯେ ଭୟ ନାହିଁ ତୁମ
                  ଶତୃଙ୍କୁ କର ଦମନ l
ଲୁହରେ ଲୁହରେ ଶ୍ରଦ୍ଧାଞ୍ଜଳି ଦେଇ
                  ଏ ଦେଶ କରେ ସଲାମ l

ନାମ - ପୀତାମ୍ବର ମାଝୀ
ଗ୍ରାମ - ଭରୁଆମୁଣ୍ଡା
ଜିଲ୍ଲା - ନୂଆପଡା
ପିନ - 766106