:: ବୃକ୍ଷ ମୋର ବନ୍ଧୁ ::
ମାଆ ପରି ବୃକ୍ଷ ଜୀବନ ତମାମ
 ସର୍ବସ୍ବ ଦେଇଛି ଢାଳି
 କେତେ ପଥିକକୁଆସରା ଦେଇଛି
 ତା ଶୀତଳ ଛାଇତଳି
 ନାନା ଚଢେଇଙ୍କ ବସା ଲାଗିସେ
 ମେଲାଇ ଦେଇଛିଡାଳି
କେଡେ ଉପକାରୀ ବନ୍ଧୁଟିଏ ସତେ
 ନପାରନ୍ତି କେହି ଜାଣି।୧
ନିଜ ସ୍ବାର୍ଥ ଲାଗି ମଣିଷ କରୁଛି
 ଜଙ୍ଗଲକୁ ଯେତେ ପଦା
ଡହଳ ବିକଳ କେତେ ସେ ହେଉଛି
 ଦୁର୍ବିପାକ ଯେତେ ସଦା,
ପ୍ରକୃତି ତାଣ୍ଡବ ରଚୁଛି ସେ ନିଜେ
 ତଥାପି ପଶେନି ହେଜ
ପରିବେଶକୁ ସେ ନିଜେ ବିଗାଡୁଛି
ନାହିଁ ତା ମୁହଁରେ ଲାଜ।୨
ଯାହା ତ ହେଲାଣି ନିଜ ଭୁଲ ଲାଗି
 ନିଜକୁ ସଜାଡ ଆଗ
ଦୃଢ ପ୍ରତିଜ୍ଞାରେ ବ୍ରତୀ ହୋଇ ସର୍ବେ
 ଚାରା ରୋପଣରେ ଲାଗ।,
ଗୋଟିଏ ବୃକ୍ଷକୁ ପୁତ୍ର ସମ ଭାବି
ଯତ୍ନରେ ତାକୁ ବଢାଅ
ମଣିଷ ସମାଜେ ଉଦାହରଣ ହୋଇ
 ଦୁନିଆକୁ ତୁମେ ଶିଖାଅ।୩
*************************************
ଶ୍ରୀମତି ସୁଚିଶ୍ମିତା ପଣ୍ଡା , ରାଉରକେଲା।