🙏ମାତୃଶକ୍ତି 🙏
🌟🌟🌟🌟🌟🌟🌟🌟
ସେ 'ଶକ୍ତି' ଅକଳନୀୟ ମମତାର
ଓ ସେନେହ, ସରାଗ ର,
ସେ 'ଶକ୍ତି' ଦଶଭୁଜା ର
ଆପଦେବିପଦେ ସନ୍ତାନକୁ ରକ୍ଷା କରିବା ର ।।
ସେ 'ଶକ୍ତି' ଗର୍ଭଯନ୍ତ୍ରଣା ସହି
ଅପେକ୍ଷା କରେ ମାତୃତ୍ବ ର,
ସେ 'ଶକ୍ତି' ଅଗଣିତ କଷ୍ଟ ସହି
ଲୁହକୁ ହସରେ ପରିଣତ କରିବାର ।।
ସେ 'ଶକ୍ତି'ତାର ପଣତ କାନିର
ଢାଲ ହୋଇ ଦୁଃଖ ଯାତନା ତଡିବା ର,
ସେ 'ଶକ୍ତି' ସନ୍ତାନ ଦୂରେ ଥିଲେ ବି
ଜାଣିପାରେ ଜ୍ବଳନ ପେଟର।।
ସେ 'ଶକ୍ତି' ଯେ ବିନା ସ୍ୱାର୍ଥ ରେ
ଢାଳିଦିଏ ସମସ୍ତ ସୁଖ ସଂସାରର,
ସେ 'ଶକ୍ତି' ଶକ୍ତି ରହିଥାଏ
ପାପୁଲି ର ରେଖା, କପାଳର ଭାଗ୍ୟକୁ ବଦଳାଇବାର।।
#################
ଭବାନୀ ରାଜୁ,
ଶିକ୍ଷୟତ୍ରୀ -ଅଭ୍ୟାସ ଟେକ୍ନୋସ୍କୁଲ୍, ପଦ୍ମପୁର ।
ଗ୍ରାମ _ପାଙ୍ଗଣପଦର,
ଜିଲ୍ଲା -ରାୟଗଡ ।
0 Comments