-ଦେଶପ୍ରେମୀ -

ଦେଶ ମୋର ମାତା, 
ଦେଶ ମୋର ପିତା, 
ଦେଶ ମୋର ଗୁରୁ, ସଖା। 
ଦେଶ ପାଇଁ ମୁହିଁ 
ବଳିଦାନ ଦେଲେ,
ପୂର୍ଣ ହେବ ମୋ ଜୀବନ ଗାଥା। 
ଦେଶପ୍ରେମେ ଆମେ ଉଦବୁଦ୍ଧ ହୋଇଣ, 
କରିବା ନିଜର କର୍ମ।
ଜୟୀ ରାଜଗୁରୁ, ଭଗତସିଂ, ରାଣୀ ଲକ୍ଷ୍ମୀବାଈ, 
ଦେଲେ ଦେଶପାଇଁ ପ୍ରାଣବଳି। 
ଅମର ଲେଖନୀ ଲେଖିଗଲେ ସେ ଯେ, ପ୍ରକୃତରେ ଦେଶପ୍ରେମୀ। 

ପୁଷ୍ପାଞ୍ଜଳି ପଣ୍ଡା, 
ସରବାହାଲ, ଝାରସୁଗୁଡ଼ା