::ଦେଶ ପାଇଁ ବଳୀଦାନ::

ଯେବେଠୁ ଜନମ ପାଇଛି ମହୀରେ
        ରଖି ଅଛି ମୁହିଁ ପଣ
ଦେଶ କୁ ଯିଏ ମୋ ଆକ୍ରମଣ କରିବ
       ନେବି ମୁଁ ତାହାର ପ୍ରାଣ
ମୃତ୍ୟୁ କୁ ମୋହର ନାହିଁ ଡର ଭୟ
       ଶତ୍ରୁ ଯେବେ ଆସି ଯାଏ
ଶତ୍ରୁ କୁ ସଂହାର କରିବା ଆଶାରେ
         ମୋ ଜୀବନ ଚାଲିଯାଏ
ତଥାପି ହାରେନା ଏଇ ଯୁଦ୍ଧେ ମୁହିଁ
      ସବୁ ବେଳେ ଅଛି ଆଗେ
ଜୀବନ କୁ ମୋର ଦେଶରେ ସମର୍ପି
        ନିଜକୁ ଧନ୍ୟ ମୁଁ ଭାବେ
ଜନମ ମାତ୍ରକେ ମୃତ୍ୟୁ ସୁନିଶ୍ଚିତ
         ହୋଇବ ଦିନେ ନା ଦିନେ
ଦେଶ ଜାତି ଲାଗି ଯଦି ପ୍ରାଣ ଦେବି
     କେଡେ ଭାଗ୍ୟ ମୋ ଏ ଜନ୍ମେ
ହାରିବି ନାହିଁ ମୁଁ ଜୀବନେ ମୋହର
    ଚାଲି ଥିବି ଆଗେ ଆଗେ
ଛାଡି ଘର ଦ୍ଵାର ଗ୍ରାମ, ପରିବାର
     ପ୍ରାଣ ଦେବି ଦେଶ ସୀମାରେ ।।

ହର୍ଷ ଚଣ୍ଡି
ଗ୍ରାମ-ଲକ୍ଷ୍ମଣପୁର
ଦେଓଗାଁ, ବଲାଙ୍ଗିର
୯୧୭୮୪୩୮୮୮୩