::ଦେଶପ୍ରେମୀ ::
ବହି ଚାଲିଥାଉ ପ୍ରେମ ତରଙ୍ଗିଣୀ
ସମ୍ପର୍କ ର ନୀର ଭରି
ହୃଦୟର ଭାବ ଅତୁଟ ରହିବ
ସାଗର ଆଶ୍ରୟ କରି ।।
ରହି ଥାଉ ମନ ଦେଶର ସେବାରେ
ଦିବା ନିଶି ଅବିରତ
ଜନମ ଭୂମି ର ସୁରକ୍ଷା ଏକତା
ନିମନ୍ତେ ସଦା ଜାଗ୍ରତ ।।
ଇତିହାସ କହେ ଗାନ୍ଧୀ ଗୋପବନ୍ଧୁ
କି ଅବା ବାଜି ରାଉତ
ଦେଶର ହିତରେ ଜୀବନ ବିତାଇ
ହୋଇଲେ ଅମର ପ୍ରାପ୍ତ ।।
ଫକୀର ମୋହନ ମଧୁ ବାରିଷ୍ଟର
କି ଅବା ରାଧା ମୋହନ
ଦେଶ ମାତୃକାର ଗୁଣ ଗାନ କରି
ହୋଇ ଅଛନ୍ତି ମହାନ ll
ପଦ ପଦବୀ ରେ ରଖ ନହିଁ ଆଶା
ନିଜ ସ୍ଥାନେ ରାହିଥାଇ
ଜନମ ମାଟିର ସେବାରେ ସର୍ବଦା
ନିଜକୁ ଦିଅ ହଜାଇ ।।
ରାମ ଚନ୍ଦ୍ର ମହାନ୍ତି
ଗ୍ରାମ ବାଣ ତୁମ୍ବ
ପୋଷ୍ଟ ବେଲ ଗୁଣ୍ଠା
ଜିଲ୍ଲା ଗଞ୍ଜାମ
ଓଡ଼ିଶା
Pin ୭୬୧୧୧୯
0 Comments