💐ଦେଶପ୍ରେମୀ💐

ଦେଶପ୍ରେମ ପ୍ରୀତି ଯା ହୃଦୟେ ଥରେ
               କେବେ ବି ଜନମି ନାହିଁ,
ସେ ଯଦି କହେ ମୁଁ ମାନବ ଜାତି
              ତାହାଠୁ ମୂର୍ଖ କେ କାହିଁ ।
ପ୍ରେମ ପୀରତି ଦେଶ ପାଇଁ ଥରେ
              ମନରେ ଜାଗ୍ରତ କର,
ଆଉ ଉଦ୍ୟତ କରି ଏ ଦେଶବାସୀଙ୍କୁ
              ସଜାଅ ମଢାରୁ ବୀର  ।
ଦେଶପ୍ରେମୀ ମାନେ ନିଜ ସୁଖ ଭୁଲି
              ପାଇଛନ୍ତି କେତେ ଦୁଃଖ,
ଇତିହାସର ଏ  ଅମର  ପୃଷ୍ଠାକୁ
           ଥରେ ତୁମେ ଖୋଲି ଦେଖ ।
ଦୁଃଖ ଯନ୍ତ୍ରଣାକୁ ସୁଖମଣି ସିଏ
          ଦେଇ ଯାଇଛନ୍ତି ଯାହା,
ଆମର ଏ ଜାତି ସେ ସବୁ ଦେଖିଛି
          ଆଜି ବି ରହିଛି ତାହା  
        
ଦେଶପ୍ରେମୀ ଥିଲେଗାନ୍ଧୀଗୋପବନ୍ଧୁ
              ନେହେରୁ  ସଭରକର
ନିଜ ଜୀବନକୁ ତୁଛ ମଣି ଥିଲେ
          ରହିଲେ  ସଦା  ଅମର   ।
ଦେଶପ୍ରେମୀ ଥିଲେ ସୁଭାଷ ଲକ୍ଷ୍ମଣ
            ଲାଲ ବାଲ ଆଉ ପାଲ,
ଦେଶ ପାଇଁ ସିଏ ସେବା କରି କରି
          ସାଜିଲେ ସରଗିଫୁଲ    ।
ଏପରି ଅନେକ ଦେଶପ୍ରେମୀ ମାନେ
              ନିଜ ଜୀବନକୁ ଛାଡି,
ଦେଶହିତ ପାଇଁ ନିଜ ଜୀବନକୁ
           ଆଗକୁ ଦେଲେ ଯେ ଟାଳି।
ଦେଶପାଇଁ କେହି ଜୀବନଦେବାକୁ
             ପଛଘୁଞ୍ଚା  ଦିଅ  ନାହିଁ,
ଏ ଜୀବନ ଯଦି ଦେଶ ପାଇଁ ଗଲା
           ଦୁଃଖ ଜମା କର ନାହିଁ  ।
ଦୀନ ଦରିଦ୍ରଙ୍କ ସେବା କର ତୁମେ
              ନିଜ ସୁଖ ଦୁଃଖ ଭୁଲି,
ଦେଶପ୍ରେମ ପାଇଁ ଦେଶକୁ ସଜାଇ
             ଆଗକୁ ନିଅ ଯେ କାଲି ।
ଦେଶପ୍ରେମୀ ହୋଇ ସରଗକୁ ଯାଅ
            ଦେଖନ୍ତୁ ଜଗତ ଲୋକ,
ସଂସାରରୁ ସବୁ କଷଣ ଦୁରାଇ
            ଭରିଦିଅ ଦିବ୍ୟାଲୋକ ।

     ଅଭୟ କୁଣ୍ଡ,       

    ସହକାରୀ ଶିକ୍ଷକ                      ମହିଷାପାଟ ଆଶ୍ରମ ବିଦ୍ୟାଳୟ, ସଦର  ଢେ଼ଙ୍କାନାଳ
ମୋ:୯୫୫୬୯୮୯୭୨୩