** ଦେଶପ୍ରେମୀ **
ଏଇ ମୋର ସ୍ଵପ୍ନର ଭାରତ
ଏଇ ମୋର କଳ୍ପନାର ଉତ୍କଳ
ବାସ୍ତବତାର ହିନ୍ଦୁସ୍ଥାନକୁ ଖୋଜୁଛି
ଆସିବ, ଆସିବ ଜୀର୍ଣ୍ଣ ଶୀର୍ଣ୍ଣ କୁଟୀର ଭିତରୁ
ଅବାସ୍ତବତାର କାଳୀ ଅନ୍ଧାରରୁ
ନୂଆଁ କଳିଙ୍ଗର ଅଭିନବ ଗର୍ବ ଓ ଗୌରବକୁ
ସାଥିରେ ନେଇ
ନିଶ୍ଚୟ ମୋର ସ୍ଵପ୍ନର ହିନ୍ଦୁସ୍ଥାନ ଆସିବ !
ହିଂସାର ସ୍ଥାନ ନ ଥାଇ ହେବ ହିନ୍ଦୁସ୍ଥାନ
କଳଙ୍କର ଅତୀତ ନ ଥାଇ ହେବ ହିନ୍ଦୁସ୍ଥାନ
ଏମିତି ହିନ୍ଦୁସ୍ତାନ ଟିଏ ଗଢିବି ମୁଁ
ଯେଉଁଠି ଦଗ୍ ଦଗ୍ ହେଇ ଦୀପ ଜଲୁ ନ ଥିବ
ସଲିତା ପୋଡି ଯିବାର ଆଶଂକା ନ ଥିବ
ବାସ୍ତବରେ ସୁନେଲି ଦିଗବଳୟରୁ
ତେଜୀୟାନ୍ ହିନ୍ଦୁସ୍ତାନ ସମାଜର ବାଣୀ ଶୁଭୁଥିବ
ସାରେ ଜହାଁ ସେ ଅଚ୍ଛା,
ହିନ୍ଦୁସ୍ଥାନ ହମାରା,
ହିନ୍ଦୁସ୍ଥାନ ହମାରା !
ସମୀର କୁମାର ମହାମଲ୍ଲୀକ,
କନିଷ୍ଠ ଶିକ୍ଷକ
କୁଶୁର୍ଡା, ସୋହେଲା, ବରଗଡ଼
0 Comments