ଗହନ ବନରେ ଗଜ
===========
ଗହନ ବନରେ ଗଜ
ଡାକିଦେଲା ହେଲେ କୁଆଁରୀ ସଜ
କୁଆଁରୀ ସଜ ଲୋ
ଆସ ଗୋ ସୁନା ଭାଉଜ ।।

ଆସିଛି ପରବ ରଜ
ତିନିଦିନ ହେବ ରଜ ମଉଜ
ରଜ ମଉଜ ଲୋ
ପିନ୍ଧି ନିତି ନୂଆ ଚିଜ ।।

ଗଛରେ ଝୁଲାଇ ଦୋଳି
ସାଙ୍ଗ ସାଥୀ ଆସ ଖେଳିବା ଦୋଳି
ଖେଳିବା ଦୋଳି ଲୋ
ଜଣେ ଜଣେ ବସି କରି ।।

ଦୋଳିରେ ଝୁଲାଉ ଥିବି
ରଜ ଗୀତ ଗାଇ ମନ ତୋଷିବି
ମନ ତୋଷିବି ଲୋ
ରଜ ରାଣୀ ସଜାଇବି ।।

ଗାଆଁ ଆମ୍ବ ତୋଟା ଡାଳେ
କଷି କନିଆ ଗୋ ଦୋଳିରେ ଝୁଲେ
ଦୋଳିରେ ଝୁଲେ ଲୋ
ପାନ ଖିଲ ଜାକି କଳେ ।।

ହାଉଲେ ବହେ ପବନ
ଦୋଳି ଝୁଲି ଛୁଉଁ ଅଛି ଗଗନ
ଅଛି ଗଗନ ଲୋ
ମନ ହୁଏ କନକନ ।।

ଉପରୁ ଝୁଲଇ ତଳ
ଦୋଳି ହେଉଅଛି କେଏଁ କଟର
କେଏଁ କଟର ଲୋ
କୁଆରୀକୁ ଲାଗେ ଡର ।।

ପୋଡ ପିଠା ଧରି ହାତ
ପୁଚି ଖେଳିବାଲୋ ସହି ସଙ୍ଗାତ
ସହି ସଙ୍ଗାତ ଲୋ
ପିନ୍ଧି ନୂଆ ନୂଆ ବସ୍ତ୍ର ।।

ଗୋପୀନାଥ ପରିଡା
ଗ୍ରାମ- ଭୂତଡିହି , ପୋଷ୍ଟ-ଲାଠିପଡା ,ଥାନା ,ଇଟାମାଟି , ଜିଲ୍ଲା- ନୟାଗଡ । 752079
9937715765