ମା ---


ବୈକୁଣ୍ଠ ସମାନ ଘରଟି ଭିତରେ
ଅଟେ ସେ ଚଳନ୍ତି ପ୍ରତିମା
ବୁକୁରେ ମମତା ବାଣ୍ଟୁଥାଏ ସିଏ
ଅଟେ ପରା ଆମ ମା   l

କାହାଣୀ ତାହାର ମହୁ ଠାରୁ ମିଠା 
ତା ଅଧରୁ ଝରେ ସଦା
ଶରଧା ରେ ବୋଳା ପଣତ ତାହାର
ଶୀତଳ ଛାଇ ର ସୁଧl    l

ଅମା ଅନ୍ଧ କରେ ସୁଖରେ ଦୁଃଖରେ
ହଜାଏ ନି ଆଶା ବାଡ଼ି
ବିପଦେ ଆପଦେ ମନ ଭାଙ୍ଗିଗଲେ
ଦେଉ ଥାଏ ପରା ଗଢି    l

ଚମ ଧୁଡୁ ଧୁଡୁ ମେସିନୀଟେ  ପରି
ସବୁ ଅଳି ଯାଏ ସହି
ନିଷ୍ପ୍ରଭ ନୟନୁ ଲୁହ ଝରୁଥାଏ
ତା କଥା ବୁଝେନି କେହି.   l

           ବିଚିତ୍ରାନନ୍ଦ ଜେନା
           ଷେଣ୍ଢତୀରା, ବନ୍ତ, ଭଦ୍ରକ
           9438466017