"ସହୀଦ ଯବାନ"
ଭାରତ ମାତର ସୀମାନ୍ତ ସୈନିକ
ସୀମାରେ ଜୀବନ ସାରିବି
କି ଦିନ କି ରାତି କି ଶୀତ କି ତାତି
ଖାତିର ନ କରି ଜଗିବି
ପାକିସ୍ତାନ ହେଉ ଚାଇନା ଘାତକ
ଶତ୍ରୁ ଦେଶ ସାଥେ ଲଢ଼ିବି
ଜୀବନକୁ ବାଜି ଲଗାଇବା ଲାଗି
ପଛକୁ କେବେ ନ ହଟିବି
ନିଜ ଦେଶ ଜାତି ମାଟି ମାଆଁ ପାଇଁ
ନିଜକୁ ଉତ୍ସର୍ଗ କରିବି
ଦେଶଦ୍ରୋହୀ ହୋଇ ଅନ୍ୟ ଦେଶ ପାଖେ
ଗୁପ୍ତ ସମାଚାର ନ ଦେବି
ବିଶ୍ୱାସରେ ବିଷ ବୋଳି ଦେଇ କେବେ
ବିଶ୍ୱାସ ଘାତକ ନ ହେବି
ସୀମାନ୍ତ ସୈନିକ ଭାରତ ମାତାର
ସବୁଠି ଗର୍ବରେ କହିବି
ଭାରତ ମାତାକୁ ସୁରକ୍ଷା ଦେବାକୁ
ଆପ୍ରାଣ ଉଦ୍ୟମ ରଖିବି
ସରକାରଙ୍କର ନୀତି ଆଦର୍ଶକୁ
ଜୀବନର ବ୍ରତ ମାନିବି
ଜୀବନର ପେଶା ଜୀବନ ଜୀବିକା
ଶପଥକୁ ରକ୍ଷା କରିବି
କର୍ତ୍ତବ୍ୟ ସାଧନେ ପଛକୁ ନ ହଟି
ସ୍ତୁପ, ବନ୍ଧୁକକୁ ଧରିବି
ବୀରର ଜାତକେ ପଛ ଘୁଞ୍ଚା ନାହିଁ
ମାରିବି ନ ହେଲେ ମରିବି
ମୋ ଦେଶ ମାଆଁର ଇଞ୍ଚିଏ ମାଟିକୁ
ଅଧିକା କାହାକୁ ନ ଦେବି
ଦରକାର ହେଲେ ଆବଶ୍ୟକ ବେଳେ
ପ୍ରାଣ ବଳି ଦେଇ ମରିବି
ଦେଶ ହିତ ଲାଗି ସହୀଦ ଯବାନ
ଦେଶରେ ଅମର ହୋଇବି
ରାଷ୍ଟ୍ରୀୟ ମର୍ଯ୍ୟାଦା ଶେଷକୃତ୍ୟ ପାଇ
ଜୀବନକୁ ଧନ୍ୟ ମଣିବି
ହାତରେ ବନ୍ଧୁକ ପିଠିରେ ବାରୁଦ
ପାହଡ଼ ପର୍ବତ ଚଢ଼ିବି
ଘନ ଜଙ୍ଗଲରେ ବରଫ ଦେହରେ
ହାତରେ ତ୍ରିରଙ୍ଗା ଧରିବି
ଗୁଳିର ଜବାବ ବନ୍ଧୁକ ଫୁଟାଇ
ଆତଙ୍କ ବାଦୀଙ୍କୁ ମାରିବି
ସମଗ୍ର ଦେଶରେ ଭାରତ ମାତାର
ସୁଯୋଗ୍ୟ ସନ୍ତାନ ସାଜିବି
ଦେଶ ମାତୃକାର ସୀମାନ୍ତ ରକ୍ଷକ
ତ୍ରିରଙ୍ଗା ଘୋଡେଇ ଫେରିବି
ଭାରତ ମାତର ବୁକୁ ପଣତରେ
ଚିର କାଳ ପାଇଁ ରହିବି
ଅନ୍ତିମ ସଂସ୍କାର ଧନ୍ୟ ଧନ୍ୟ ଶୁଣି
ଫୁଲ ଶ୍ରଦ୍ଧାଞ୍ଜଳି ପାଇବି ।।
@ଶ୍ରୀ.ଡମ୍ବରୁଧର ବେହେରା ( ଓଡ଼ିଆ ଶିକ୍ଷକ)
ଜବାହର ନବୋଦୟ ବିଦ୍ୟାଳୟ
ପାରଳାଖେମୁଣ୍ଡି,ଗଜପତି(ଓଡ଼ିଶା)
ଡାକ ଘର ନଂ - ୭୬୧୨୦୧
ସମ୍ପର୍କ - ୯୪୩୭୭୮୮୪୬୪
(ଜୟ ଯବାନ ଜୟ ଭାରତ
ଜୟ ହିନ୍ଦ୍ ଜୟ ହିନ୍ଦ୍)

0 Comments