ଦେଶ ପ୍ରେମୀ
****"*"*******
ଯେଉଁ ଦେଶରେ ଜନମ ମୋର
       ସେହି ହେଉଛି ମାେ ମାଆ,
ଯାଉ ମାେ ଜୀବନ ତା ପାଇଁ ପଛେ
       ସୀମାରେ ହୋଇବି ଠିଆ (୦)
ମାତୃଭୂମୀ,ମାତୃଭାଷା ଯାର
        ଯାହା ହୃଦେ ଜନ୍ମି ନାହିଁ
ଧିକ ତା ଜୀବନ, ନର ଜନ୍ମ
        ମଣିଷ ପଣିଆ ଏହି(୧)
ଦେଶ ମାତୃକାର ସେବା କରି
     ଯାଉ ମାେ ଜୀବନ ସରି
ଦେଶ ଦ୍ରୋହି ଠାରୁ ପାପୀ ନାହିଁ
        କେହି,ତାକୁ ରଖ ହରି(୨)
ଦେଶ ପ୍ରେମୀ ସେ ବୀର ସୈନିକ
         ନ ଥାଏ ମୃତ୍ୟୁକୁ ଡର
ଆକାଶ ହେଉ କି ସ୍ଥଳ ହେଉ 
          ହେଉ ପଛେ ସେ ସାଗର (୩)
ଶରତ କୁମାର ମିଶ୍ର
ଭୂତ ପୂର୍ବ ସୈନିକ
ବେଗୁନିଆ,ଖୋର୍ଦ୍ଧା