ଏବର୍ଷ ର  ନିଆରା ରଜ

ବରଷକ ପରେ ଆସିଛି ରଜ
କେତେଯେ ହରଷ ହୋଇବା ସଜ। ସଭିଙ୍କ ମନର ସବୁ ଆସର 
କରୋନା କରିଲା ରଜକୁ ଗ୍ରାସ। 
ମୁହେଁ ତୁଣ୍ଡିବାନ୍ଧି, ବ୍ୟବଧାନେ ରହି, 
ସ୍ୱଚ୍ଛତା ରେ ଘର ଭିତରେ ରହି, 
ଆରିସା, କାକରା, ଚକୁଳିପିଠା, 
ଖାଇବା ବସିକି ରଖି ଦୂରତା ।
ଫିକା ପଡିଗଲା ଏସନ ରଜ, 
କରୋନା କରିଲା ରଜକୁ ଗ୍ରାସ। 
ବନସ୍ତେ କେମନ୍ତେ ଡାକିବ ଗଜ, 
ଗଜକୁ ନାଶିଲା ମଣିଷ ଆଜ। 
ଦୋଳି ବାନ୍ଧିବା ଯେ କିପରି ଗଛେ, 
କାଟିଲା ସର୍ବସ୍ବ ମଣିଷ ଆଜି। 
ହାତଧୋଇଧୋଇ ପାଣିକନ୍ଦା ହେଲା, 
ଲୁଡୁ, ତାସ ଖେଳିବା ଯେ କାଳ ହେଲା। 
ତଥାପି ରଜ ଯେ ଆମ ମ ଉଜ, 
ପାଳିବା ସଭିଏଁ ମାନି ନିୟମ। 
ଦୂରତା ରଖିଣ ରହିବା ଘରେ, 
ପାଳିବା ଆମେରେ ନିରାଡମ୍ୱରେ। 
ଜୀବନ ବଞ୍ଚିଲେ ଦୁନିଆ ବଞ୍ଚିବ, 
ଆର ବରଷକୁ ହୋଇବା ସଜ। 
ଏବର୍ଷ ରଜକୁ ଦୂରୁ ଜହାର, 
ଖୁସିଭରା ମନେ ଶୁଭେଚ୍ଛା ମୋର।।

ପୁଷ୍ପାଞ୍ଜଳି ପଣ୍ଡା 
ଫକୀରମୋହନ ପଣ୍ଡା 
ସରବାହାଲ, ଝାରସୁଗୁଡ଼ା 
ଓଡିଶା