ରଜ
-------------------------------------
ରଜ ଚାରିଦିନ     ଭାରି ମଜା ଲାଗେ
      ତୋଟାରେ ଦୋଳି ମେଳନ
କୁଆଁରୀ କନିଆଁ    ଦୋଳି ଖେଳୁଥାଏ
       ଭେଣ୍ଡିଆ ଖାଆନ୍ତି ପାନ ।।
ପହିଲି ରଜରେ    ମାଆ ପିଠା କରେ
       ଚାଷୀ ମନ ଛନ ଛନ
ନିଦାଘ ସରିବ     ବର୍ଷା ଆସିଯିବ
       କ୍ଷେତରେ ବୁଣେ ବିହନ ।।
କୁନି କୁନି ପିଲା    ବାଗୁଡ଼ି ଖେଳନ୍ତି
       ବୁଢାଙ୍କ ମନ ଉଛନ
ଗାଆଁ ଚଉପାଢ଼ି   ଡ଼ାକୁ ଥାଏ ରଡ଼ି
       ଇଶିକା, ଗୋଲା, ନାଲିପାନ ।।
ସରକାରୀ ଚାକରିଆ   ମାନେ ସବୁ
       କାର୍ଯ୍ୟ କରି ସମ୍ପାଦନ
ଛୁଟି କାଟିବାକୁ     ଗାଆଁକୁ ଆସନ୍ତି
      ହାକିମ ଅବା ପିଅନ ।।
ଗାଆଁ ସେବାକାରୀ    ପସରାକୁ ଧରି
      ପିଠା ପଣା ମାଗେ ରଜ ଦିନ
ନୂଆଁ ଭୁଆସୁଣୀ    ଖୁସିରେ ଘରଣୀ
      ପିନ୍ଧଇ ନୂଆଁ ବସନ ।।
-------------------------------------
ରଞ୍ଜନ କୁମାର ଭୁକ୍ତା
ରାକସ,ତାଳଚେର,ଅନୁଗୋଳ
ମୋ-୯୪୩୯୪୯୯୬୧୫