🙏ବୋଉ🙏
ବୋଉ ଡାକ ସେ'ତ ସବୁଠୁ , ମଧୁର
କେହି ନୁହେଁ ତା' ପରି
ସନ୍ତାନକୁ ସିଏ ଗରଭେ , ଧରୁଛି
ଲକ୍ଷେ ମନବାଞ୍ଚା କରି ।।୧
ଦଶ ମାସ ସିଏ କଷଣ . ସହୁଛି
ଜୀବନକୁ ତୁଚ୍ଛ କରି
ବୁକୁ ଚିରି ପୁଣି ଅମୃତ
ଦେଉଛି
ନିଜେ ବିଷପାନ କରି ।।୨
ଦୀପଟି ଯେପରି ନିଜେ
ଜଳୁଥାଏ
ସଭିଙ୍କୁ ଆଲୋକ ଦେଇ
ବୋଉ'ସେହିପରି
ସନ୍ତାନକୁ ପାଳେ
ସ୍ୱାର୍ଥ କୁ ଆହୁତି ଦେଇ।।୩
ପର କି ଆପଣା ବିଚାର
ନାହିଁ ସେ
ସେହ୍ନ ଶ୍ରଦ୍ଧା ଢାଳି ଦେଇ
ସେହ୍ନ କାଙ୍ଗାଳିନୀ ନାମକୁ
ଧରିଛି
ସ୍ବର୍ଗଠାରୁ ବଡ଼ ସେହି ।।୪
ବୋଉ'ତ ଅଟଇ ମମତାର
ସିନ୍ଧୁଦୟା କ୍ଷମାର ଭଣ୍ଡାର
ଯେତେ ବାଣ୍ଟୁଥିଲେ ଜମା
ସରେ ନାହିଁ
ଅଟେ ସେ ଅଥଳ ସାଗଳ
।।୫
---୦---
ଅଭିମନ୍ୟୁ ପ୍ରଧାନ,
ଶକୁନ୍ତଳାପୁର,
ବଡ଼ଚଣା,
ଯାଜପୁର,
0 Comments