::  ମାେ ଜନ୍ମ ଭୂମି ::

ମାଆ  ଗରଭୁ ଛୁଇଁଲି ଭୁଇଁ
କୁଆଁ କୁଆଁ ର ରାବ ଟି ଦେଇ
ସେହିଯେ ମୋର ଜନମ ଭୂମି
କେତେ  ଆଦରେ ନେଲା କୋଳେଇ।।

ତାର ଛାତିରେ ଥପିଲି ପାଦ
ଖେଳ କୁଦ ରେ ଲାଗେ ଆନନ୍ଦ
ତା ତୋଟା ମାଳ ତା ନଈ କୁଳ
ସାଙ୍ଗ ମୋହର ସଞ୍ଜ ସକାଳ।।

ତା ବୁକୁ ଚିରି କରିଲି ଚାଷ
ନାନା ଜାତିର ଫଳର ରସ
ଦେହରେ ମୋର ଦେଉଛି ବଳ
କରିଛି ମୋତେ ସୁସ୍ଥ ସବଳ ।।

ଏହି ମାେ ପ୍ରିୟ ଜନମ ଭୂମି
କେବେ ଯିବିନି ତାହାକୁ ଭ୍ରମି
ତାହାର ଟେକ ରଖିବା ପାଇଁ
ଜୀବନ ସାରା କରେ ଲଢ଼େଇ।।

ଅଖ୍ୟାତ ପଲ୍ଲୀ  ହୋଇବ ଖ୍ୟାତ
ସଂସାରେ ଦିନେ ହେବ ବିଖ୍ୟାତ
ମନ ମୋହର ସଦା ଜାଗ୍ରତ
ତାର ଚରଣେ ମୁଁ ପ୍ରଣିପାତ।।

   ରାମ ଚନ୍ଦ୍ର ମହାନ୍ତି
ଗ୍ରାମ ବାଣତୁମ୍ବ
ପୋଷ୍ଟ ବେଲଗୁଣ୍ଠ
ଜିଲ୍ଲା ଗଞ୍ଜାମ
ପିନ୍ କୋଡ ୭୬୧୧୧୯
ଓଡ଼ିଶା