କାର୍ଗିଲ୍ ବିଜୟ ଦିବସ
*********** **
ତମେ ରଖିଦେଲ ଦେଶ ମାନ ରେ
         ଧନ୍ୟ ହେ ବୀର ଯବାନ 
ଶତ୍ରୁ ମୁଖେ କାଳି ବୋଳି ଛାଡ଼ିଦେଲ 
        ଉଡ଼ାଇ ଜୟ କେତନ ରେ।୦।
ପାକିସ୍ତାନୀ ସୈନ୍ୟ ଆସି ବସିଥିଲା 
      କାରଗିଲ୍, ଦ୍ରାସ୍ ସେକ୍ଟର ମାଡ଼ି 
ନିଜକୁ ଅଜେୟ ଭାବିଥିଲା ଦୁର୍ଗମ -
       ପାହାଡ଼େ ମୋର୍ଚ୍ଚା ବାନ୍ଧି ।
ଅନୁପ୍ରବେଶିଙ୍କ ଭାଙ୍ଗିଦେଲ ଟାଣ 
    ଦେଖାଇ ବୀରତ୍ବ ପଣରେ।୧।
ଅପରେସନ୍ ବିଜୟ କରିଲ ଆରମ୍ଭ 
       ପାକିସ୍ଥାନୀ ସୈନ୍ୟ ପରେ 
ଗର୍ଜିଲା କମାଣ, ତୋପ, ବୋମା ମାଡ଼େ
      ପଲାଇଲେ ଶତ୍ରୁ ଡରେ। 
ଦୁର୍ଗମ ପାହାଡ଼ କମ୍ପିଗଲା ଶବ୍ଦେ 
      ଶତ୍ରୁ ମଲେ ଦେଇ ପ୍ରାଣରେ।୨।
ଭାରତ ମାତାର ସୁରକ୍ଷା ନିମନ୍ତେ 
         ଦେଲ ନିଜ ବଳିଦାନ 
ଧନ୍ୟହେ ଅଜୟ, ସୌରଭ କାଳିଆ 
        ପଦ୍ମପାଣୀ, ନିରଞ୍ଜନ ।
ଗୋପୀନାଥ, ରାଜ କିଶୋର, ପ୍ରମୋଦ 
    ସଚ୍ଚିଦାନନ୍ଦ, ରତନ ରେ।୩।
ନୱାଜ ଚିନ୍ତିଲା ଭାରତେ ବସିଛି 
     କାମଚଳା ସରକାର 
ନିର୍ବାଚନ ଯୁଦ୍ଧ ଅବତୀର୍ଣ୍ଣ ଜାଣି 
     ଫାନ୍ଦ ଫାନ୍ଦିଲି ତାହାର। 
କଳି ନପାରି ଆମ ସେନା ବୀରତ୍ୱ 
    ବାଜପେୟୀ ଦୃଢ଼ ପଣରେ।୪।
ହୀନକର୍ମ ପାଇଁ ଏକ ଘରକିଆ 
      ହେଲା ବିଶ୍ୱେ ପାକିସ୍ଥାନ
ଆମେରିକା ନିନ୍ଦା କରି ଗାଳି କଲା 
     ସାହାଯ୍ୟ ନକଲା ଚୀନ। 
ଶକ୍ତିଶାଳୀ ରାଷ୍ଟ୍ର ଭାବେ ସାରା ବିଶ୍ୱେ 
      ଭାରତ ପାଏ ସମ୍ମାନ ରେ।୫।
କାରଗିଲ୍ ବିଜୟୀ ବାଜପେୟୀ 
     ସେନା ବୀରତ୍ୱରେ ହସୁଥିଲେ 
କୁତ୍ରମୀ ସରୀଫ, ପରବେଜ -
     ମୁଶାରଫ ଫାଶେ ପଡ଼ିଗଲେ 
ହୀନସ୍ଥା ଭାବରେ ଗାଦିଚ୍ୟୁତ ହୋଇ 
   ଭୋଗିଲେ କେତେ କଷଣ ରେ।୬।

*************
ନରୋତ୍ତମ ପାତ୍ର
ନାସିଗାଁ, କଳାହାଣ୍ଡି।