:: ମୋ ଗାଆଁ ଜନ୍ମଭୂମି ::
*******
ନଈ କୂଳେ କୂଳେ ମୋର ସେଇ ଗାଆଁ
ଆମ୍ବତୋଟା ମାଳେ ଶୁଭେ ଯାର ନାଆଁ
ସେଇ ଭଙ୍ଗା ସିଲଟ ଖଡିରେ ସେଇ ଭଙ୍ଗା କଲମରେ
ଅତୀତ ମୋ ପିଲାବେଳେ ଥିଲି ଛୋଟଛୁଆ ...।
ଦକ୍ଷିଣ ଦିଗରୁ ପବନ ଶୁଣାଏ ପ୍ରଭୁଙ୍କ ବାଂଶୁରୀ ସ୍ବର
ଗୋଠ ବାହୁଡାର ସଂଜ ଗୋଧୂଳିରେ ଲାଗେ ଯାହା ଗୋପପୁର
ଗାଆଁ ଧାରେ ଧାରେ ଲାଜେଇ ଧନିତ୍ରୀ ନଇ
ବହେ ବିଲବଣ ପାହାଡ ଡେଇଁ
ସକାଳ ସୂରୁଜ ସାଥେ ଅଳସର ନିଦ ପାଇଁ
କାଉର ସେ କାଆ କାଆ ..... ।
ଉଦାର ମଣିଷ କ୍ଷେତରେ ଆହାର,ହୋଇଛି ସୁନାର ବେଶ
ଅତି ପରିଚିତ ମଳୟ ଆସିଲେ ଚହଟେ ବଉଳ ବାସ
ଗାଆଁ ମଝିରେ ସେଇ ଶିବ ମନ୍ଦିର
ସକାଳ ସଂଜରେ ଲାଗେ ସୁନ୍ଦର
ଦିନର ଗରମ ସାଥେ ବରଗଛ ତଳେ ଛୁଏଁ
ଥଣ୍ଡା ଥଣ୍ଡା ମଳୟ ବାଆ .....।
ବେଙ୍ଗ ବେଙ୍ଗୁଲୀର ପୋଖରୀ ତୁଠରେ ସେଇ ମେଘକୁ ଆହ୍ବାନ
ବରଷେ ପୂରିଲା ମେଘ ଦେଖାନାହିଁ କରିଛି କି ଅଭିମାନ
ଗାଆଁ ସେ ମୁଣ୍ଡରେ ବିଦ୍ୟାମନ୍ଦିର
ଗୁରୁ ଶିଷ୍ୟ ପାଇଁ ଦିଶେ ସୁନ୍ଦର
ରାତିର ନୀରବ ବେଳେ କଇଁଫୁଲ ସଜହୁଏ
ଜହ୍ନ ମାମୁଁର ସେ ପ୍ରିୟା ....।
ପାଗଳ ସତ୍ୟ
ସତ୍ୟବାନ ନାୟକ
କୋଡଗମ୍ଭୀର,ଚଣ୍ଡିଗାଁ,ଚରମ୍ପା,ଭଦ୍ରକ
ମୋ = ୮୫୯୯୮୮୫୮୫୭
ଇମେଲ = satyabannayak1995@gmail
0 Comments