::ସମ୍ପର୍କ::

ଦୁଇଟି ମନ ମସ୍ତିଷ୍କ
ମାନସିକତାରୁ ସୃଷ୍ଟି ସମ୍ପର୍କଛେ
ହୃଦୟର ନିବିଡ଼ ଭାବନାରୁ
ସୃଷ୍ଟି ସମ୍ପର୍କ
କେବେ କିଛି ସମ୍ପର୍କର
ସୃଷ୍ଟି ,ହୁଏ ଦେଖାରେ
ଆଉ କିଛି ରହିଯାଏ
ଅଦେଖାରେ...ଏଠି ସମ୍ପର୍କ
ଖାଲି ଭାବର ପରିକଳ୍ପନା
ସୁନ୍ଦର ମନର ଅଭ୍ଯର୍ଥନା
ସମ୍ପର୍କ କେବେ ଜନନୀ ସନ୍ତାନ ମଧ୍ଯର
କେବେ ପୁଣି ପତି ପତ୍ନୀ ମଧ୍ଯର
ଆଉ କିଛି ସମ୍ପର୍କ ନିବିଡ଼ ବନ୍ଧୁତ୍ୱର
ସମ୍ପର୍କ କେବେ ଅତୁଟ ବିଶ୍ୱାସର
କେବେ ନିର୍ମଳ ମନର ସମର୍ପଣ
ସମ୍ପର୍କ କ'ଣ ବା ଚାହେଁ ??
ଅନ୍ତରର ଆନ୍ତରିକପୂର୍ଣ୍ଣ ଆଗ୍ରହ
ସୂର୍ଯ୍ଯକିରଣରେ ବିଛୁରିତ
ସ୍ନେହଭରା ହୃଦୟସ୍ପର୍ଶୀ କଥା
ଆଉ କିଛି ସମୟରୂପକ
ଜଳର ସିଞ୍ଚନ
ଜୀବନର କେଉଁ ଏକ ମୋଡ଼ରେ
କର୍ମ ଉଦବିଗ୍ନତାରୁ
ଥକାହରା ହୋଇ ଫେରିବ ଯେବେ
ଖୋଜିବ ସମ୍ପର୍କର
ମୃଦୁସିକ୍ତ ମଳୟ ପବନର ବାସ୍ନା
ସେବେ ତୁମ ଅପ୍ରକାଶରେ ବି
ସମ୍ପର୍କର ବୃକ୍ଷ ଭରିଦେବ ତା'ର
ଶୀତଳଛାୟା
ସମ୍ପର୍କ କେବେ ଶୀତଳତା
କେବେ ଶାଶ୍ୱତ ଅମୃତର ଧାରା
ଦୁଇଟି ଆତ୍ମାର ନୈସର୍ଗିକ
ପ୍ରେମର ବନ୍ଧନରେ ବନ୍ଧା ା

ସସ୍ମିତା ଦାସ
ଅଧ୍ଯାପିକା
ଗାୟତ୍ରୀ ନଗର,ଢେଙ୍କାନାଳ