ମୋ ଜନ୍ମଭୂମି ଭାରତ ମାଟି
ତାର କଳା ସଂସ୍କୃତି ବିଶ୍ୱରେ କ୍ଷାତି
ଗଙ୍ଗା ଗୋଦାବରୀ ଯା ପାଦ ଦିଏ ଧୋଇ
ସେଇ ମୋ ଜନ୍ମଭୂମି ଭାରତ ତାର ନାଁଟି
ସେଇ ମୋ ଜନ୍ମଭୂମି ଭାରତ ମାଟି ।।
ମୋ ଜନ୍ମଭୂମି ଓଡିଶା ମାଟି
ତାର ଖଣିଜ ସମ୍ପଦ ବିଶ୍ୱ ବିକ୍ଷାତ
ଗାଁ ପଲ୍ଲୀ ପରିବେଶ ଅତି ମଧୁର ଚିତ
ସେଇ ମୋ ଜନ୍ମଭୂମି ଓଡିଶା ତାର ନାଁଟି
ସେଇ ମୋ ଜନ୍ମଭୂମି ଓଡିଶା ମାଟି ।।
ମୋ ଜନ୍ମଭୂମି କେନ୍ଦ୍ରାପଡ଼ା ମାଟି
ତାର ମିଠା ଆଉ ପିଠା ବିଶ୍ୱ ବିକ୍ଷାତ
ଭିତର କନିକା ଗହୀର ମଥା ବିଶ୍ୱ ବିକ୍ଷାତ
ବଳଦେବଜୀଉ ପୂଜିତ ସେଇ ମାଟି
ସେଇ ମୋ ଜନ୍ମଭୂମି କେନ୍ଦ୍ରାପଡ଼ା ମାଟି ।।
ମୋ ଜନ୍ମଭୂମି ବଡ଼ପଡ଼ା ଗାଁ ର ମାଟି
ତାର ମାଟି ପାଣି ପବନେ ମୁଁ ଗଢ଼ା ହୋଇଛି
ପ୍ରାଚୀନ ପରମ୍ପରାରେ ମୁ ସୂ ମଣିଷ ହେଇଛି
ମୋ ଏନ୍ତୁଡ଼ି ସାଳ ମୋ ପରିବାର ସେଇଠି ଅଛି ଟି
ସେଇ ମୋ ଜନ୍ମଭୂମି ବଡ଼ପଡ଼ା ଗାଁ ର ମାଟି ।।
ମୋ ଜନ୍ମଭୂମି ଆମ ମାଆଟି
ପ୍ରାଣ ଦେବା ପାଇଁ ଡରିବି ନାହିଁ
ବିଶ୍ୱ ଦରବାରରେ ତାର ଟେକ ରଖିବା
ସଦା ତାର ସେବା ପାଇଁ ଶପଥ ନେବା ଆଜି
ସେଇ ମୋ ଜନ୍ମଭୂମି ଆମ ମାଆଟି ।।
ପଦ୍ମାଳୟା ସାମଲ,
ବଡ଼ପଡ଼ା,କେନ୍ଦ୍ରାପଡ଼ା
0 Comments