***(ସମ୍ପର୍କ)***  

ପ୍ରେମ, ସ୍ନେହ, ଶ୍ରଦ୍ଧା.

ମମତା
ଏସବୁ ସମ୍ପର୍କର ଫୁଲ ଚାଙ୍ଗୁଳା ।।💞

କେତେବେଳେ ଘନିଷ୍ଠତା ?
            ତ
କେତେବେଳେ ନିରବତା ?
କେତେବେଳେ ମାନବିକତା ?
               ତ
କେତେବେଳେ ଔପଚାରିକତା ।।💞

ଶ୍ରେଷ୍ଠ ପ୍ରାଣୀ ଠାରୁ କୀଟ ପତଙ୍ଗ ଯାଏଁ
ସଜୀବ ଠାରୁ ନିର୍ଜୀବ ଯାଏଁ,
ସମସ୍ତେ କରନ୍ତି ସମ୍ପର୍କର ଅଭିନୟ ।।💞

ନବଜାତର ସମ୍ପର୍କ ଦୁଇ ଠୋପା ଆହାର
ଶ୍ରାବଣ ର ସମ୍ପର୍କ ବତୁରା ମାଟିର
ତତଲା ରାସ୍ତା ର ସମ୍ପର୍କ ହାୱାଇ ଚପଲ ର ।।💞

ସମସ୍ତେ ସମ୍ପର୍କର ମୂଲ୍ୟ ବୁଝି ଅବୁଝା କାହିଁକି ?
ସ୍ଵାର୍ଥ ର ଇସାରା ରେ  ବଦଳିଯାନ୍ତି ଭଲ ମଣିଷ
ତେଜିୟାନ ହୁଏ ଅଘଟଣା ,
ସମ୍ପର୍କ ହୁଏ ନିରୁଦ୍ଦିଷ୍ଟ
ଯାଉ ଯାଉ କହେ ,
ଉଦାଶ ହୁଅନି,
ଉତ୍ସର୍ଗ କର... ଉତ୍ସର୍ଗ କର ...ଆନ୍ତରିକ ସହ ।।💞


✍️***ମହମ୍ମଦ ହନିଫ୍ ସାହା ,
ନୂଆଗାଁ, ଧାମନଗର, ଭଦ୍ରକ ।
ମୋ 9776090824