ଗୁରୁ ହିଁ ଇଶ୍ୱର
========
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ହେ
ଗୁରୁ ଦେବ ମହେଶ୍ୱର ,
ଗୁରୁ ବିନା ଆମ୍ଭ ନାହିଁ ନିସ୍ତାର ହେ
ଧରା ମଧ୍ୟର ..
ଗୁରୁ ଯେ ପରମେଶ୍ୱର ।
ଗୁରୁ ପିତା ଗୁରୁ ମାତା ହେ
ଗୁରୁ ଅଟେ ଜ୍ଞାନ ଦାତା ,
ଗୁରୁ ବିନା ମହୀ ଅନ୍ଧାର ଦିଶଇ
ତାଙ୍କୁ ଧ୍ୟାଉଥା ..
ଗୁରୁ ଯେ ପଥ ଦର୍ଶୀତା ।
ଘୋର ତିମିରକୁ ନାସି ହେ
ଜ୍ଞାନ ଦୀପ ହୃଦେ ଜାଳେ ,
ଗୁରୁ ବାକ୍ୟ କେବେ ବୃଥା ନଯିବ ହେ
ସୁଧୀ ସକଳେ ..
ସତ୍ୟ ଅଟେ କାଳେ କାଳେ
ଗୁରୁ ପାଦେ ଥିଲେ ଲୟ ହେ
ଜୀବନେ ନ ଆସେ ଭୟ ,
ଅସମ୍ଭବ ଯେତେ ସମ୍ଭବ ହୁଅଇ
ହେଲେ ସଦୟ ..
କରୁଥିବ ସଦା ଜୟ ।
ଗୁରୁ ଅଟେ ବ୍ରହ୍ମ ମୟ ହେ
ଗୁରୁକୁ ନମଣ ହେୟ ,
ଗୁରୁ ପାଦ ଧ୍ୟାୟୀ ପଥ ଚାଲୁଥିଲେ
ଦେବେ ଅଭୟ..
ଗୁରୁ ଯେ ମଙ୍ଗଳ ମୟ ।
ପର ହିଂସା ପର ପିଡା ହେ
ମନରୁ ଦେଇଣ କାଢି ,
ପର ଉପକାରେ ଉତ୍ସର୍ଗୀ ହେବାକୁ
ଅଣ୍ଟାକୁ ଭିଡି ..
ଦେଇଥାନ୍ତି ଜ୍ଞାନ ବାଢି ।
କେବେ ହେଲେ କାହା ଅନିଷ୍ଟ
ଚିନ୍ତା ନକରି ମନରେ ,
ସ୍ନେହ ମୈତ୍ରି ଭାବ ବାଣ୍ଟିବ ସଭିଙ୍କୁ
ଶ୍ରଦ୍ଧା ଚିତରେ ..
କିନ୍ତୁ ନରଖି ମନରେ ।
ଗୁରୁଙ୍କୁ ହୃଦୟେ ଧ୍ୟାୟି ହେ
ଉପମନ୍ୟୁ ଏକଲବ୍ୟ ,
ଗୁରୁ ଜ୍ଞାନ ଲଭି ହୋଇଥିଲେ ସିଦ୍ଧି
ସମର୍ପି ସର୍ବ ..
ତାଙ୍କ ପରି ରଖ ଭାବ ।
ଅବଧୂତ ଯେହ୍ନେ କରିଣ
ଗୁରୁ ଚବିଶ ବାର ,
ଗୁରୁ ଦୀକ୍ଷା ପରା ଲଭିଲେ କରି
ହୃଦେ ବିଚାର ..
ଦୂରେ ତେଜି ଅହଂକାର ।
ଗୋପୀନାଥ ପରିଡା
ଗ୍ରାମ-ଭୂତଡିହି , ପୋଅ-ଲାଠିପଡା
ଥାନା-ଇଟାମାଟି , ଜିଲ୍ଲା-ନୟାଗଡ଼
ପିନ୍ ନଂ- 752079
ଶୂନ୍ୟଭାଷ- 9937715765
0 Comments