:: ଗୁରୁ ହିଁ ଈଶ୍ୱର ::
ଗୁରୁ ତୁମେ ପଵିତ୍ର ଵେଦର ॐକାର
ତୁମ କୀର୍ତ୍ତିକୁ ପୁରା ଵିଶ୍ୱ କରେ
ଜୟ ଜୟ କାର ।।
ଗୁରୁ ତୁମେ ଶକ୍ତି, ତୁମେ ଭକ୍ତି
ତୁମେ ମୁକତିର ଵାଟ
ଏ ମହୀ ତଳେ କିଏ ମଣିଷ ହୋଇଛି
ନା ହେବ ଯିଏ ନ ଖାଇଛି
ତୁମରି ଛାଟ ।।
ଅଜ୍ଞାର ଅନ୍ଧକାରଛନ୍ନ ଜୀବନେ ମୋ
ପ୍ରକାଶିଲ ପ୍ରକାଶ
ହେ ଗୁରୁ ପରବ୍ରହ୍ମ ତୁମ ସେଵାରେ
ମୁଁ ଲିପ୍ତ ରହେ ଦିଅ ମୋତେ
ଏତିକି ଆଶୀଷ ।।
ଏ ସଂସାରକୁ ଭରିଦିଅ ତୁମ ଜ୍ଞାନ ଗୁଣରେ
ନ ହେଲେ ଏ ସଂସାରଟା ଵନିଯିଵ
ହିଂସା ପାପର ଯୁଦ୍ଧ କ୍ଷେତ୍ରରେ ।।
ଗୁରୁ ହିଁ ଇଶ୍ୱର ଗୁରୁ ହିଁ ସର୍ବେଶ୍ୱର
ତୁମ ସ୍ଥାନ ସର୍ବୋଚ୍ଚ
ଏ ସଂସାରକୁ ଜ୍ଞାନର ଆଲୋକେ
କରିଛ ଆଲୋକିତ
ନ ଦେଖି ଉଚ୍ଚନୀଚ୍ଚ ।।
ତୁମେ ବ୍ରହ୍ମା,ତୁମେ ଵିଷ୍ଣୁ,ତୁମେ ମହେଶ୍ୱର
ତୁମେ ଏ ଜୀଵଲୋକେ ସର୍ଵତ୍ର
ଵିଦ୍ୟମାନ ହେ ନରେଶ୍ୱର ।।
ତୁମେ ଜ୍ଞାନ, ଗୁଣର ଗନ୍ତାଘର
ହେ ଗୁରୁ ଜ୍ଞାନେଶ୍ୱର
ପ୍ରଣତି ଘେନ ମୋ ଅନ୍ତରର ।।
ତପସ୍ବିନୀ ରଥ
0 Comments