"ସମ୍ପର୍କ"... 

ସମ୍ପର୍କର ସେତୁ
ବାନ୍ଧିଦେଇଗଲ ତୁମେ 
ପ୍ରେମର ଗଭୀର ସମୁଦ୍ର ଭିତରେ 
ନିବାରଣ ପାଇଁ ଔଷଧ ମିଳୁନି 
ଛଟପଟ ହୁଏ ମୁ ସବୁବେଳେ. ..l 
 
ବଞ୍ଚିବା ପାଇଁ ଯାତାନର ମୂଲ୍ୟ 
ତୁମେ କାଇଁ ବୁଝିବ
ସ୍ବପ୍ନ ଆଉ ନିଦର ସମ୍ପର୍କ କେତେ 
ରାତି କାଉଁ ଜାଣିବ..l

ହସ ଆଉ କାନ୍ଦର ସମ୍ପର୍କ ପାଖେ 
ଫିକା ପଡ଼ିଯାଏ ସବୁଚିହ୍ନା
ଓଠ କେବେ ବୁଝେନି ସୁଖ ଦୁଃଖର 
କେତେ ଯେ ଛଳନା.. l

ଆଖି ଜାଣେନି ଆତ୍ମାର କଥା 
ଲୁହ ଢାଳିବା ଯା'ର କାମ
ମନ'କି ବୁଝିବ ହୃଦୟର ବ୍ୟଥା 
ଖୋଜେ ସେତ ନୂଆ ସମ୍ପର୍କ 
ଖୋଜେ ସେତ ନୁଆଁ ସମ୍ପର୍କ.. l

ସୂର୍ଯ୍ୟକାନ୍ତ ମଲିକ,
 ଘଣ୍ଟପଦା, କେନ୍ଦ୍ରାପଡା