:: ମୋ ଜନ୍ମଭୂମି ::

ଅଖ୍ଯାତ ପଲ୍ଳୀ ସେ ହୋଇନି ବିଖ୍ଯାତ
ଏ ଯାଏ ମୋ ଗାଁ ସତେ ,
ମାନଚିତ୍ରେ ବି ତ କେଉଁଠି ତା ସ୍ଥାନ
ଜଣା ନାହିଁ ଆହା ମତେ  ॥

ଗାଆଁ ନୁହେଁ ସିଏ ମାଁ ଅଟେ ମୋର
ତା କୋଳରେ ଧରିଅଛି ,
ଅଳି ଅର୍ଦ୍ଦଳିକୁ ସହ୍ଯ କରି ମୋର
କେତେ କଥା ଶିଖାଉଛି  ॥

ତାର ଧୂଳି ମାଟି ମୋ ପାଇଁ ଚନ୍ଦନ
କପାଳେ ଦିଏଁ ମୁଁ ମାଖି ,
ଜନମଭୂମି ମୋ ରହିଛି ରହିବ
ସୁଖେ ଦୁଃଖେ ହୋଇ ସାଥୀ  ॥

ତା ପାଣି ପବନ ଦେହେ ବାଜି ମୋର
ଶରୀର ହୋଇଛି ଟାଣ ,
ପ୍ରତିଦାନେ ତାକୁ କିଛି ନ ଦେଲେ ମୁଁ
ଅପରାଧ ହେବ ଜାଣ  ॥

ଗାଁ ଚାରିପାଖେ ସବୁଜ ବନାନୀ
କେଡେ ଶୋଭାବନ୍ତ ଦିଶେ ,
ବିପଦ ବେଳାରେ ବିଭେଦତା ଛାଡି
ସଭିଙ୍କ ମନ ତ ମିଶେ  ॥

ଖାଇଅଛି ଏଠି କେତେ ଫଳମୂଳ
ପିଇଛି ଝରଣା ଜଳ ,
ସଖା ସହୋଦର ଗାଆଁରେ ମୋହର
ପାଉଥାନ୍ତି ମତେ ଭଳ  ॥

ସରବ ସହନି ଜନମଭୂମି ଗୋ
କରୁଥିବି ତୋର ପୂଜା ,
ତୋ ଯଶ କୀରତି ଗୁଣଗାନ କରି
ଉଡଉଥିବି ତୋ ଧ୍ବଜା  ॥

===========××××=========

         କବି‐ ଯୁବରାଜ କୁଦେଇ
          ଗ୍ରା/ପୋ‐ଇଛାପୁର
           ଥା‐ ଡୁଙ୍ଗୁରିପାଲି
             ଜି‐ ସୁବର୍ଣ୍ଣପୁର
           ମୋ‐ ୭୯୭୮୭୧୯୫୬୩
                ‐ ୯୯୩୮୮୧୩୭୦୬