:: ମୋ ଜନ୍ମଭୂମି ::

ଏହି ମୋ ଦେଶ ଏହି ମୋ ମାଟି
      ଏହି ମୋ ଜନମ ଭୂମି;
ତା'ଠାରୁ ଆଉ  କେହି ନାହିଁ ସରି
    ସେଇ ମୋ ଭାରତ ଭୂମି ।।
ଵିଵିଧତା ଏଠି  ନାନାଜାତି ଧର୍ମେ
    ନାନା ଭାଷୀ ନାନାଲୋକ;
ତଥାପି ରହିଛୁ  ଏକତା ସୁତ୍ରେ
     ସମସ୍ତଙ୍କୁ କରି ଏକ।।
ଏଇ ମାଟିରେ କେତେ ଯେ ମନୀଷୀ
     ରଚିଗଲେ କେତେ ଯଶ କୀରତି;
  ଆସରେ କଵି କଵୟିତ୍ରୀ ଗଣ
     ଵାଣ୍ଟିବା ଆମେ ସ୍ନେହ ପୀରତି ।।


ସନ୍ତୋଷ କୁମାର ମେହେର
ଗ୍ରାମ/ପୋଷ୍ଟ-ଚିଚୈଗୁଡ଼।
ବ୍ଳକ୍-ଜୁନାଗଡ଼
ଜିଳ୍ଲା-କଳାହାଣ୍ଡି(ଓଡିଶା)
ଯୋଗାଯୋଗ ନମ୍ବର-୯୦୭୮୭୭୭୧୭୪