.....ସମ୍ପର୍କ.....

ସମ୍ପର୍କର ଗାଢ଼ କେତେଯେ ଗଭୀର
            ମାପିବା ବହୁତ କଷ୍ଟ 
କେବେକେବେ ସେଯେ ଟାଙ୍ଗରାଭୁଇଁର
          ତାତିଲା ବାଲିର ପ୍ରସ୍ତ ।

କେବେ କେବେ ପୁଣି ନିର୍ଜନ ରାସ୍ତାର
          ଏକାକି ବାଟୋଇ ସିଏ
କେବେ ପୁଣି ସାଜେ ନିଶାର୍ଦ୍ଧ ବନର
          ଜ୍ୱଳନ୍ତ ମଶାଲ ଟିଏ ।

କେବେ ବୋହିଯାଏ ଚିରସ୍ରୋତା ହେଇ
         କୁଳୁକୁଳୁ ନାଦ କରି
କେବେ ଅଟକଇ ମରୁଭୂମିଟିରେ
       ଶୁଖିଲା ନଦୀ ଟେ ପରି ।

କେବେ ପିଲାଟିର ଖିଲି ଖିଲି ହସ
     ଆନନ୍ଦ ପୁଲକେ ଭରା
କେବେ ସିଏ ସାଜେ ଅତୃପ୍ତ ଆତ୍ମାର
        ଆଖିର ଲୁହ ଅସାରା ।

କେବେ ସେ ଗଢଇ ବାଲିଘର ଟିଏ
      ମନ ସାଗର କୋଳରେ
କେବେ ତୋଳିଦିଏ ସୁନ୍ଦର ସୌଧଟେ
       ହୃଦୟ ର ପାରାବାରେ ।

                         .....ରଶ୍ମିତା.....
                     ......ହାଇଦ୍ରାବାଦ.....