::ଗୁରୁ ହିଁ ଈଶ୍ୱର::

ଶିଖାଇଲ  ଗୁରୁ ତୁମ୍ଭେ
     ଜୀବନ ଜିଇଁବାର ମାର୍ଗ ,
ତୁମରି ପଦଟିଏ କଥା
     ଆଣିଦିଏ ଜୀବନର ସ୍ୱର୍ଗ ।।

ବୋଲାଅ ସଂସାରେ ତୁମ୍ଭେ
        ଯେ  ଦ୍ଵିତୀୟ ଇଶ୍ୱର ,
ତୁମ୍ଭ ବିନା ଅନ୍ୟ ଗତି
       ନାଇଁ ହେ ମୋହର।।

ବିନା ସ୍ୱାର୍ଥେ ଶିକ୍ଷା ଦେଇ
        ପାଉଥାଅ ଜଗତେ ପୂଜା,
କେ କଳି ପାରେ ତୁମ୍ଭ ମହିମା
      ଉଡୁଥାଏ ତ୍ରିପୁରେ ତୁମ୍ଭ ଧ୍ଵଜା।।

ଯେ ଗୁରୁ ଙ୍କୁ ନିନ୍ଦଇ
      ନରକ କଷଣ ଭୋଗଇ,
ଯେ ଗୁରୁ ପାଦେ ସେବୁ ଥାଇ
      ବୈକୁଣ୍ଠେ ବାସ କରଇ।   ।।

ତୁମ୍ଭ ଚରଣେ ସଦା
        ଥାଉ ମୋହର ମତି,
କଣ୍ଟା ପଥ ଡେଇଁ ଯିବାକୁ
      ଦିଅ ମୋତେ ଶକତି।।

ପବିତ୍ର ବେହେରା
ବକ୍ସି ବଜାର
ନାକଟିଦେଉଳ
ରେଢ଼ାଖୋଲ
ସମ୍ବଲପୁର ଓଡ଼ିଶା
Email:- pabitrabehera588@gmail.com