**** ମୋ ଜନ୍ମଭୂମି ****

ମିଶି ଅଛି ଯହିଁ ଅନେକ ଭାଷା
ଗାଁ ପଲ୍ଲୀ ଭୂଇଁ ନଗର ମିଶା
ମନ୍ଦିର ମାଳିନୀ ଅନେକ ତୀର୍ଥ
ଭାତୃଭାବ ସ୍ନେହେ ନଥାଏ ସ୍ବାର୍ଥ
ଖଣି ନଈ ନାଳ  ତା ପାହାଡ଼ ପବନ
ବିଦେଶେ ଥିଲେ ତାକୁ ଝୁରେ ଏ ମନ
ଭିନ୍ନ ଭିନ୍ନ ଭାଷାଭାଷୀ  ଲୋକ ଏଠି
ସ୍ବାଭିମାନ ତାର ଗୈାରବ କୀର୍ତ୍ତି
ସାଂସ୍କୃତିକ ପରମ୍ପରା ଯାହାର ଅତିପୁରୁଣା 
ଗଢ଼ି ଉଠିଛି ଯହିଁ ବଡ଼ ବଡ଼ କଳକାରଖାନା
କେତେ ବୀରତ୍ୱର ସ୍ମୃତି ରହିଅଛି ଏଠି
ସେ ଓଡ଼ିଶା ଭୂଇଁ ମୋ  ଜନ୍ମମାଟି।


ସରସ୍ବତୀ ସାଲିମା
ସମ୍ବଲପୁର