::: ସମ୍ପର୍କ :::
*******************

ସମ୍ପର୍କର ପରିଭାଷା ଅନେକ
ଅନେକ ମଧ୍ୟରେ ପୁଣି ଅଟଇ ଏକ |

ଗୁରୁ ଶିଷ୍ୟ ସମ୍ପର୍କ ଯେଅଟଇ ଶ୍ରେଷ୍ଠ
ପରିବାରର ସମ୍ପର୍କ ଅଟଇ ଅତୁଟ ||

ଗଢି ତୋଳେ କେତେ ଯେ ସେ ଆଶା ଓ ଭରଷା
ବୁଣି ଚାଲେ ସେ ବାଇ ଚଢେଇର ବସା ||

ସମ୍ପର୍କ ଅଟଇ ଏକ ସୁକ୍ଷ୍ମ ସରୁ ସୂତା
କେବେ ଛିଣ୍ଡେ ନାହିଁ ଯେବେ ଥାଏ ମନୁଷ୍ୟତା ||

ସାରା ସଂସାରେ ଯେତେ ଅଛନ୍ତି ପ୍ରାଣୀ
ସମସ୍ତେ ଚଳନ୍ତି ଆଗକୁ ସମ୍ପର୍କ କୁ ମଣି ||

ସମ୍ପର୍କ କୁ ସଦା ଆମେ ମଣିବା ଈଶ୍ୱର
ତାକୁ ପାଥେୟ କରି ହେବା ଅଗ୍ରସର ||

ରଥ ରୂପକ ସଂସାରେ ଅଟଇ ସେ ଡୋର,
ତା ବିନା ଯାଇ ପାରେନା ଆଗକୁ ସଂସାର  ||

  ଅରୁଣ କୁମାର ଦତ୍ତ 
ମୋ-7064808367
          ବଡମ୍ବା,  କଟକ