:: କାର୍ଗିଲ୍  ବିଜୟ ଦିବସ ::


ଦେଶ ପାଳେ ବିଜୟ ଦିବସ
ମାର ହଜି ଯାଇଛି ହସ
ସହୀଦ ପୁଅ ତା ର ହରାଇ
କାନ୍ଦେ ଗୁମୁରି ଗୁମୁରି।

ବିଜୟ ଟିକା ପିନ୍ଧାଇ 
ରଖି ଲେ ଦେଶର ଟେକ
ମୋ ଦେଶର ବୀର ସୈନିକ
ତୁମେ ମରି ଅମର 

ତୁମ ପାଦତଳେ ଜୁହାର


ଦେଶ ପାଇଁ ଦେଲ ବଳିଦାନ
ରଖି ଲ ଦେଶର ସନ୍ନମାନ
ଶତ୍ରୁ ହଟାଇ ଶହୀଦ ହେଲ
ଆମ ପାଇଁ ଜୀବନ ଦେଲ 

ମାତୃଭୂମି ର ରଖି ଲ ଟେକ
ହେମୋର ବୀର ସୈନିକ
ତ୍ରୀରଙ୍ଗା ତୁମକୁ କରେ ସ୍ୱାଗତ
ପ୍ରଣାମ କରୁଛୁ ଯୋଡ଼ି ହାତ

ଭୁଲି ନିଜ ପରିବାର
ସାଙ୍ଗ ସାଥି ଘର
କମାଣ ଆଗରେ ଛାତି ପାତିଲ
ଜନ୍ମଭୂମି ର ମହତ ରଖି ଲ
ତୁମ ପାଦେ ନମସ୍କାର
ହେମୋର  ବୀର ବର 
ତୁମେ ରୁହ ଅମର 
ଏତିକି କାମନା ଆମର 

ଡ଼ାକ୍ତର ଅଶୋକ କୁମାର ସେଠୀ
ବଲାଙ୍ଗୀର