::: ସମ୍ପର୍କ :::
ସମ୍ପର୍କ ତୁମ ସହ
କାହିଁ କେତେ ଦିନରୁ
ମାର ଜରାୟୁ ଫାଡି ବାହାରିଲା ପରେ ପରେ
ତୁମ ପାଖେ ଶରଣ ନେଇଥିଲି
ଏକୋଇସି ଦିନଟି ପରେ
ତୁମକୁ ସମର୍ପଣ ହେଇଥିବା
ମେଞ୍ଚାଏ ଚନ୍ଦନ ବଳି ଦିଆ ଯାଇଥିଲା
ମୋ ସାରା ଅଙ୍ଗ ରେ
ଆଉ ଏକ ବର୍ଷ ପରେ
ବାଳ ନଥିବା ବାଳକଟି ପରି
ସଜେଇ ହୋଇଥିଲେ ତୁମ ବଡ଼
ଦାଣ୍ଡରେ
ସମ୍ପର୍କ ତୁମସହ
କହିଁ କେତେ ଦିନର
ଭଲ ଶିକ୍ଷା, ସ୍ୱାସ୍ଥ୍ୟ, ସ୍ଥାଇ ରୋଜଗାର
ଭଲ ସାଥି ପାଇଁ
କହିଁ କେତେ ଥର ଗଡି ପଡିଛି
ତୁମ ଶ୍ରୀମୁଖ ଆଗରେ ଥିବା
ବାଇଶିଟି ପଥର ଉପରେ...
ବିଚିତ୍ରାନନ୍ଦ ଜେନା
ସେଣ୍ଡତୀରା, ବନ୍ତ, ଭଦ୍ରକ
9438466017
0 Comments