---- ରାକ୍ଷୀ ------
ପ୍ରେମପକ୍ଷୀ ଯାଇ ଭାଇ ହୃଦୟରେ
ଵାନ୍ଧିଛି ଏ ସେହି ରାକ୍ଷୀ
ଆଷାଢ ପୁର୍ଣ୍ଣିମା ଜଳ ଲାଗି କରେ
ରୁଆ ଧାନ ପରା ସାକ୍ଷୀ
ଶ୍ରୀବଳଭଦ୍ରଙ୍କ ଜନ୍ମ ଦିନ ପରା
ଗୋମାତାଙ୍କ ହୁଏ ପୂଜା
ଗୋମାତାଙ୍କଠାରେ ତେତିଶ କୋଟି ଦେବତା
କୃଷ୍ଣ ବଳରାମ କରନ୍ତି ପୂଜା
ଶିଶୁପାଳ ବଦ୍ଧ ବେଳେ ଶ୍ରୀକୃଷ୍ଣଙ୍କ ହାତରେ
ଝରୁଥିଲା ରକ୍ତ କୃଷ୍ଣା ଲୁଗାକାନି ବାନ୍ଧିଲେ
ସରୁ ଲୁଗାକାନି ଯୋଗୁଁ କୃଷ୍ଣ ହେଲେ ଭାଇ
କୋଟି ବସ୍ତ୍ରଦେଲେ ତାଙ୍କୁ କୁରୁସଭାରେ
ଵଳୀର ହାତରେ ମମତାର ଡୋରି
କମଳା ଵାନ୍ଧିଲେ ଦିନେ
କମଳାଙ୍କ ପାଇଁ ଫଟାଇ ମେଦିନୀ
ବଳୀ ବିଷ୍ଣୁଙ୍କୁ ତ ରଖିଥିଲେ
ଭାଇ ରକ୍ଷାକରେ ଭଉଣୀର ସ୍ନେହ
ଭଉଣୀ ଵି ରଖେ ମମତା
ଜଗନ୍ନାଥ, ବଳଭଦ୍ର ସୁଭଦ୍ରାଙ୍କ ସହ
କରିଥାନ୍ତି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା
ଭଉଣୀ ସମ୍ମାନ ଭାଇ ରଖିଥାଏ
ଭାଇ ଵି ଭଉଣୀ ମାନ
ଅର୍ଜୁନ ରଥରେ କୃଷ୍ଣ ସାରଥି ହେଲେ
କୃଷ୍ଣା ସମ୍ମାନ ତ ନିହିତ ଜାଣ
ରାକ୍ଷୀ ରେ ରାକ୍ଷୀ ଭାବ ପରଖି
ଯାଆ ତୁ ମୋ ଭାଇଛନ୍ତି ଦୂରେ
ଯୁଗେ ଯୁଗେ ଟାଣ ରହୁ ତୋର ଡୋରୀ
ଅମଳିନ ରହୁ ସ୍ନେହମମତା ମନରେ
କଳ୍ପନା ରାୟ , ସହକାରୀ ଶିକ୍ଷୟିତ୍ରୀ,
ଲଇଡା, ସମ୍ବଲପୁର
0 Comments