କୃଷକ
**************
ସପନ ମହଲ ଗଢ଼ିବାରେ
ଦିନେ ହେଲେ ଥକି ନାହିଁ ଯିଏ
ମଣିଷ ହେଲେ ବି ଦେବତା ବୋଲାଏ
ଅଟେ ପରା ଆମ କୃଷକ ସିଏ.....!
ପରିଶ୍ରମ ପଥେ ହାରି ନାହିଁ କେବେ
ଆସୁଥିଲେ  ଆସୁ ଯେତେ ବାଧା
ଆଗେଇ ଚାଲେ  ନ ପଡ଼ି ଥକି ସେ
ମନରେ ଆଶାକୁ ନ କରି ଅଧା........!
ନିଜେ ଚେଇଁ ସିଏ ଦେଶକୁ ଶୁଆଏ
ଲାଗୁ ପଛେ ଯେତେ କଷ୍ଟ
ଦେଶର ଉନ୍ନତି ପାଇଁ ସେ ନିଜର
ଜୀବନ ବି କରେ ନଷ୍ଟ.….....!
ଋଣ ରାକ୍ଷସଟା ଆସିଥାଏ ଖାଲି
କୃଷକ ଜୀବନେ ଅଶୁଭ  ନେଇ
ଯାହା ପାଇଁ ଆଜି ଦୁନିଆଁ କାନ୍ଦେ
କୃଷକକୁ ଧ୍ବଂସ କରି ଦେଇ......!

                      ବିଶ୍ବନାଥ ଭୁଏ
         କେଶାଇପାଲି, ଭଟଲି
     ଜିଲ୍ଲା - ବରଗଡ଼, ମୋ-୯୬୬୮୮୭୮୫୮୮