କୃଷକ 
         -*-*-*-*-*-*-*-*-*-
ପଙ୍ଗପଙ୍ଗନୁ ହଲ ଲଙ୍ଗଲ ଧରି 
ଖେତକେ ଯାଏସି ଟରୋଟରୋ 
ଖାତିରି ନାଇଁ ଥାଏ 
ଖରା ବର୍ଷା ବାରମାସୀ 
ଅଖି ତୁରତିଆକେ ମୂଲ ହେସି 
ବଛର ଯାକର କବାର 
ନାଁଟା ତାର କୃଷକ।। 

ଘର ବଏଲେ ମାଏଟ କୁଡ଼ିଆ 
ଜାଁକିକୁଚି ଦୁଇ ବଖରା 
ରେଁ ଝେଁ ଛୁଆପିଲା 
ହରୋବଟୋ ତାର ମାଏଝି 
ପଖାଳ କଂସା ମୁଡ଼େ ବୁହିକରି 
ଖେତକେ ଯାଏସି ଟରୋଟରୋ 
ଆଁଖିର ଲୁହୁକେ ଆଁଖିନେ ପିଇ 
ସମକେ ଦେସି ଅରନ 
ନାଁଟା ତାର କୃଷକ।। 

କନକନି ଶୀତେ ଆରୁ 
ଝାଉ ଖରାଥି ସିଝି 
ମେଘ ବରଷୁ କି ନାଇଁ ବରଷୁ 
ଖେତକେ କରସି ଘର 
ଯେତେ ଆସୁ ବନ୍ୟା ବିପତ୍ତି 
ନାଇଁ ମିଲୁ ପଛେ 
ସରକାରୀ ସାହାଯ୍ୟ 
ଚାଷବାସନେ ତାର ମନ 
ନାଁଟା ତାର କୃଷକ।। 

ମୁଠା ମୁଠା ସପନ 
ଭାରି ଦୁର୍ବିସହ ତାର ଜୀବନ 
ନାଇଁ ମିଲୁ ପଛେ
ପେଟକେ ଦାନା ଆରୁ 
ଅଁଟାକେ କନା 
ଭୁକାଶୁଷା ଲାଗି ସାରା ଜୀବନ 
ଯୁଗେଇ ଦେସି ଅରନ 
ପୁରୁଗ ପୁରୁଗ ଭରନ ଭରନ 
ନାଁଟା ତାର କୃଷକ।। 

ବୃଷ୍ଟି ,ଅନାବୃଷ୍ଟି 
ବନ୍ୟା ,ବାତ୍ୟା ,ମରଡ଼ି 
ନାଇଁ କରେ ଟିକେ ଖାତିରି 
ମାଁ ମାଟିର ଭେଁଡ଼ିଆ ପିଲା 
ତାର ବିନେ ଅଂଧାର 
ଇ ସାରା ସଁସାର 
ପୁର୍ଥିକେ ଯିଏ ଦେସି ଆହାର 
ନାଁଟା ତାର କୃଷକ।। 
        # # # # #
ଦେବେନ୍ଦ୍ର କୁମାର ନାଏକ
            ରାଜ୍ୟ ସଭାପତି 
  କୋଶଳ ସାହିତ୍ୟ ଏକାଡ଼େମୀ