:: ରାକ୍ଷୀ :: 
💐💐💐💐💐💐
ଦୁଇ ଅକ୍ଷରେ
     ନାମଟି ତାର
ସୁଖ ଶାନ୍ତି କୁ
       କରେ ନିଜର
ଦିଶଇ ମନ ଲୋଭା ,
ଭଳିକି ଭଳି
    ରଙ୍ଗରେ ହସେ
ଶ୍ରାବଣ ମାସେ
        ପୂର୍ଣ୍ଣିମା ବାସେ
ହସ୍ତେରେ ପାଏ ଶୋଭା ......
ଭାଈ ଭଉଣୀ
      ପ୍ରିତି ବନ୍ଧନ
ବର୍ଷକେ ଥରେ
    ଆସେ ସେ ଦିନ
ଲାଗେ କେଡେ ମଧୁର,
ଚନ୍ଦନ ଟିପା
     ମଥାରେ ମାରି
ହାତରେ ବାନ୍ଧେ
        ଯତନେ କରି
ଦିଶେ କେଡେ ସୁନ୍ଦର .....
ଦୁଃଖ ସୁଖର
     ସିଏ ଆଧାର
ବର୍ଷ ଜାକର
      କଳି ଆସର
  କ୍ଷଣିକେ ହୁଏ ଚୁନା,
ସ୍ନେହ ଶ୍ରଦ୍ଧାର
     ସିଏ ପ୍ରତୀକ
ହଟାଇ ଦେଏ
   ଜୀବନୁ ଦୁଃଖ
ନ ହେଉ ପଛେ ସୁନା .....
ସୂତା ଖଣ୍ଡିକ
     ହେଲେବି ସିଏ
ଶାନ୍ତି ଜୁଆରେ
      ଭସାଇ ଦିଏ
ସଦା ରହେ ସେ ସାକ୍ଷୀ,
  ସବୁଠି ଏବେ
        ତାହାରି ସ୍ୱର
ବଜାର ଘାଟେ
       ତା ପାଇଁ ଭିଡ଼
ନାମଟି ତାର ରାକ୍ଷୀ.......


ଅଂଶୁମାନ ସ୍ୱାଇଁ , ସରମଙ୍ଗା ,ସଡଙ୍ଗ, କେନ୍ଦୁଝର-୮୨୪୯୦୩୯୧୫୬