ରାକ୍ଷୀ 

ଢାଉଁ, ଢାଉଁ  ଆଜି ବାଜୁଛି ବାଜା 
ବସିବ ରାକ୍ଷୀର ଆଜି ବିରାଟ ସଭା 
ପୁରେ ପୁରେ ଆଜି କେତେ ଆନନ୍ଦ 
ଆସିଛି  ବୋଲିରେ ରାକ୍ଷୀ ଉତ୍ସଵ |

ଭଉଣୀ ମନରେ ବହୁଛି ଆଜି ପ୍ରେମ ମଳୟ 
ଭାଇର ଶୁଭ ମନାସି 
କରିବ ଆଜି ସେ ମଙ୍ଗଳ ଜୟ |

ଏମିତି ବରଷ ବିତିଚାଲିଛି 
ମାନବ ଆୟୁଷ  କମିଚାଲିଚି 
ଯୋଗ, ତ୍ୟାଗ ଆଜି ଭୋଗ ହୋଇଚି 
ମିଥ୍ୟା , ମୋହ, ମୟା  ଦୃଷ୍ଟିହୀନ କରିଛି |

ଧନ, ଜନ, ଯୋଉବନ ପାଇଁ ଗରଵ 
ଜ୍ଞାନ, ଭକ୍ତି  ଆଜି ତୁଚ୍ଛା  ଦରଵ 
ଛାଡି  କାମ, କ୍ରୋଧ , ଲୋଭ, ମୋହକୁ 
ସ୍ୱାଗତ  କରିବା ଏହି ରାକ୍ଷୀକୁ |


            ସୂର୍ଯ୍ୟକାନ୍ତ  ନାୟକ 
        କେନ୍ଦ୍ରାପଡ଼ା, ମାର୍ଶାଘାଇ