------- ରାକ୍ଷୀ ------
ତୋ ହାତେ ଭାଇ ଆଜି 
            ବାନ୍ଧିଚି ରାକ୍ଷୀ 
ହତାଦର କେବେ କରିବୁନି ଦେଖ 
         ବରଷେ ପାଇଁ ରହିଲା  ସାକ୍ଷୀ 

ଶ୍ରାବଣ ମାସର 
         ପୂର୍ଣମୀ ଦିନ 
ପଡିଥାଏ ଏହି 
         ରକ୍ଷା ବନ୍ଧନ ll

ସ୍ନେହର ଡ଼ୋରୀଟେ 
          ହାତରେ ବାନ୍ଧି ଭଉଣୀ 
ଭାଇଠାରୁ ପାଆନ୍ତି  
              ଉପହାର କିଛି ll

ଭାଇ ଭଉଣୀଙ୍କ ସମ୍ପର୍କ 
        ପବିତ୍ର ଆଉ ଶାଶ୍ୱତ 
ଭାଇ ଥିଲେ ପାର୍ଶ୍ୱରେ 
        ଭଉଣୀ ସଦା ସୁରକ୍ଷିତ ll

ଭାଇରେ ଏ ଦୁନିଆ ପରା 
       ହେଲାଣି କଳୁଷିତ 
ପାଦ କାଢ଼ିଲେ ଘରୁ 
    ମାଡି ଆସେ ମୋ ଆଡେ ବିପଦ ll

ଭାଇ ଭଉଣୀଙ୍କ 
         ଅତୁଟ ସମ୍ପର୍କ 
ସୁଦୃଢ କରେ 
       ଏହି ସୂତା ଖଣ୍ଡିକ ll


ମନେ ରଖି  
         ଶ୍ରଦ୍ଧା ସମ୍ମାନ 
ଭାଇ ସବୁ 
     ଭଉଣୀଜାତିର ରଖିବୁ ମାନ ll 


ରାକ୍ଷୀ ପୁର୍ଣିମାରେ 
           ମୋର ଏତିକି ହଟ 
ରହିବେ ନାରୀ ଜାତି 
       ଯେମିତି  ଖୁସି ଓ ସୁରକ୍ଷିତ ll

ସଂଗୀତା ନାଏକ 
ରାୟଗଡା