"କୃଷକ"

ଜାତି ମେରୁଦଣ୍ଡ
ଦେଶ ମେରୁଦଣ୍ଡ
ସଭିଙ୍କ ମୁଖେ ଫୁଟାଏ ହସ
ସଭିଙ୍କ ପେଟୁ ମେଣ୍ଟାଏ ଭୋକ
ହଳ, ଲଙ୍ଗଳ ତା'ର ପ୍ରତୀକ
ନାମଟି ତା'ର କୃଷକ
ନାମଟି ତା'ର କୃଷକ।
କଟାଏ ତା' ଜୀବନେ ଅନେକ ଦୁଃଖ
ଅନ୍ୟକୁ ବାଣ୍ଟିଥାଏ ସେ ସୁଖ
ଝଡି, ମରୁଡି,ବନ୍ୟା, ବାତ୍ୟା ଦେଇ
ଉପୁଜାଏ ସେ ତା' ଫସଲ
             ସହି ଦୁଃଖ ଅନେକ।
କେବେ ଡରେ ନାହିଁ
      କେବେ ହାରେ ନାହିଁ
ଆସେ ଯେତେ କଷ୍ଟ ଓ ଦୁଃଖ
ସେ ଅଟେ ଆମ ଜୀବଜଗତର
  ପ୍ରକୃତ ବନ୍ଧୁ ନାମଟି ତା'ର କୃଷକ।
ଏକବିଂଶ ଶତାବ୍ଦୀର ରାଜନେତା
ବୁଦ୍ଧିଜୀବି ଓ ଆଇନ୍ ପ୍ରଣେତା
ଭାବନ୍ତି ନାହିଁ ଏ ଖଟିଖିଆର
              ସମସ୍ୟା ଓ ଦୁଃଖ।
କହିବାକୁ ଲାଜ ଲାଗେ
ଆମେ ସଭ୍ୟ ଆମେ ଶିକ୍ଷିତ
କେ ବୁଝେ ନାହିଁ ଏହି
       ଖଟିଖିଆ ଶ୍ରେଣୀର
          ମନ ଓ ହୃଦୟର ଭୋକ
କାରଣ ସେ ଆମ
      ସୁଖ ଦୁଃଖର ସାଥୀ
         ଆମ ପ୍ରିୟ କୃଷକ।
ଯେହେତୁ ସେ
     ମେଣ୍ଟାଏ ଆମ ଦୁଃଖ
        ମେଣ୍ଟାଏ ଆମ ଭୋକ
ଅବହେଳିତ ହୋଇ ଭୋଗୁଛି
       ଦୁ଼ଃଖ ଓ ପୀଡା ଅନେକ
ନାହିଁ ଶିକ୍ଷା ନାହିଁ ଦୀକ୍ଷା ବୋଲି
ସମାଜ ଆଖିରେ ହୁଏ ସେ ଭିକ୍ଷୁକ।
କୃଷି ବୀମା ଦେଖାଇ ସରକାର
ସଜାଏ ତାଙ୍କୁ ଲଙ୍ଗଳା ଫକୀର
ଓ ପୁଞ୍ଜିପତି ମାନେ ସାଜନ୍ତି ବଣିକ।
ତାଙ୍କରି ଶ୍ରମ ବଳେ
ପୁଞ୍ଜିପତି କ୍ଷମତା ଲିପ୍ସୁ
        ନିଏ ଶ୍ରେୟ ଅନେକ
ଯେହେତୁ ସେ ଦୀନହୀନ ଦରିଦ୍ର
  ତା' ବଳରେ ବଳୀୟାନ୍ ହୋଇ
ବୁଦ୍ଧିଜୀବି ସମାଜ ରକ୍ଷକ
ସାଜନ୍ତି ନିଜକୁ ଶୋଷକ।
ଶାସନ ବ୍ୟବସ୍ଥା ଓ କୃଷିନୀତିର
ନାହିଁ କିଛି ସମ୍ପୂର୍ଣ୍ଣ ବିଧିବଦ୍ଧ ବ୍ୟବସ୍ଥା
କୃଷି ଓ କୃଷକ ଆଜି
    ଦେଶ, ବିଶ୍ଵେ ଭୋଗେ ଦୁରାବସ୍ଥା
କୃଷିନୀତି ହେଉ,
ଦେଶ ଓ ବିଶ୍ଵ ପାଇଁଁ ଅଭିନ୍ନ ଓ ଏକ
କୃଷି ବଞ୍ଚୁ, ଦେଶ ବଞ୍ଚୁ
       ବିଶ୍ଵ ବଞ୍ଚୁ ବଞ୍ଚୁ ଆମ କୃଷକ।
ଲାଲ୍ ବାହାଦୂର୍ ଶାସ୍ତ୍ରୀ
   ଦେଇଥିଲେ ସ୍ଲୋଗାନ୍
      ଜୟ ଯବାନ୍ ଜୟ କିଷାନ୍
କିଷାନ୍ ବା କୃଷିର ଉନ୍ନତି
    ଦେଶ, ଜାତି ତଥା ବିଶ୍ଵର ଉନ୍ନତି
              ହେଉ ବିଶ୍ଵେ ପ୍ରଗତି।
ସବୁଜ ସୁନ୍ଦରଭରା ହେଉ ଆମ ବିଶ୍ଵ
ଭିକାରୀ ନ ସାଜି
    ନ ହେଉ ସେ(କୃଷକ) ନିଃସ୍ଵ
ଦେଶ, ଜାତି ତଥା
       ବିଶ୍ଵର ରଖୁ ସେ ଟେକ
ଆମ ଭାଇ,ଆମ ବନ୍ଧୁ
      ହେଉ ସେ କୃଷକ
           ହେଉ ସେ କୃଷକ।
ଏହି ବାର୍ତ୍ତା ହେଉ
   ଆମ ଏକବିଂଶ ଶତାବ୍ଦୀର
ଉନ୍ନତି ତଥା ପ୍ରଗତି ହେଉ
         ବିଶ୍ଵ କୃଷି ଓ କୃଷକର।
ମାଟି ମା'ର ସୁଯୋଗ୍ୟ ସନ୍ତାନ
            ହୁଅ ନାହିଁ ହତାଶ
ଆତ୍ମହତ୍ୟା ନ କରି
  ଯୋଜନାର ପ୍ରଲୋଭନେ ନ ପଡି
      ରଖ ନିଜ ସ୍ଵାଭିମାନ ଓ ଟେକ
ତୁମେ ଅଟ ଦେଶ, ଜାତି
   ତଥା ବିଶ୍ଵ ପ୍ରଗତିର ମୁଖ୍ୟ
ସ୍ଵାଭିମାନ, ସନ୍ମାନର
              ସହ ବଞ୍ଚିବା ଶିଖ
ହେ ମୋର ଭାଇ ବନ୍ଧୁ
      ମୋ ସଖା ହେ କୃଷକ।
ପନିପରିବା,ଫଳମୂଳ
            ଔଷଧ ଓ ଖାଦ୍ୟ
ତୁମରି ଅବଦାନ
      ତୁମେ କର ଅସାଧ୍ୟକୁ ସାଧ୍ୟ
ବିଜ୍ଞଜନେ ଝୁରୁଥିଲେ
   ଝୁରୁଛନ୍ତି ଏବେବି ଅନେକ
ମାଟି ମା'ର ସୁଯୋଗ୍ୟ ସନ୍ତାନ
   ତୁମେ ପରା କୃଷକ
    ନ ଭାବ ନିଜକୁ ନ୍ୟୁନ
        ନ ଭାବ ଭିକ୍ଷୁକ।
ନିଜେ ବଞ୍ଚି ଅନ୍ୟକୁ
       ବଞ୍ଚାଇବାର କଳା
ତୁମ ଠାରୁ ଶିଖୁଛି ଏବେ
          ଶୋଷକ ଶାସକ
ନ ହୁଅ ନ ହୁଅ ଅଧୈର୍ଯ୍ୟ
     ଭାଇ ମୋର ପ୍ରିୟ କୃଷକ।
ତୁମେ ଅଟ ଜାତି,ଦେଶ,ବିଶ୍ଵର ମୁଖ୍ୟ
ହେ ମୋର ପ୍ରିୟ,
   ସମାଜର ଅନ୍ନଦାତା
ଦେଶ,ବିଶ୍ଵ ତଥା ସମାଜର ପ୍ରତୀକ।
ମେରୁଦଣ୍ଡ ସାଜିଥିଲ
         ସାଜିଅଛ ସାଜୁଥିବ
ମେଣ୍ଟାଇ ସଭିଙ୍କ ଦୁଃଖ ଶୋକ
ମେଣ୍ଟାଇ ସଭିଙ୍କ ପେଟ ଭୋକ
ନିଜେ ଜଳି ଦେଖାଇ ଥାଅ
         ସମାଜକୁ ଆଲୋକ
ହେ ମୋର ପ୍ରିୟ
  ସମାଜ, ଦେଶ,
ବିଶ୍ଵର ମଙ୍ଗଳ କର୍ତ୍ତା ଓ ଅନ୍ନଦାତା
ପ୍ରିୟ ସାଥୀ ହେ ମୋ'ର କୃଷକ
ବଞ୍ଚି ବଞ୍ଚାଇବାରେ
             ଥାଏ ଅନେକ ସୁଖ
ନ ଭୁଲ ତୁମ ସ୍ଵାଭିମାନ
        ନ ଭୁଲ ତୁମ ଟେକ
ତୁମେ ପରା ବିଶ୍ଵ ପାଳନ କର୍ତ୍ତା
         ଜୀବଜଗତର ରକ୍ଷକ
     ଅଟ ତୁମେ ମାଟିର ଗଉରବ
             ଓ ମାଟିର ଟେକ
      ହେ ମୋର ପ୍ରିୟ କୃଷକ।


ରବିନ୍ଦ୍ର କୁମାର ସାହୁ
ସା/ ପୋ - ବିନାୟକପୁର
ଥାନା - ପିପିଲି
ଜିଲ୍ଲା - ପୁରୀ
ପିନ୍ - ୭୫୨୧୦୪
ଓଡିଶା

୯୪୩୭୩୦୪୬୮୭