¤¤¤ ରାକ୍ଷୀ ¤¤¤
●●●●●●●●●●

ଧନ୍ଯ ଧନ୍ଯ ପୂଜ୍ଯ ରାକ୍ଷୀ        ସ୍ନେହ ମମତାର ସାକ୍ଷୀ 
   ଭଉଣୀ ବାନ୍ଧଇ ରାକ୍ଷୀ ଭାଇର କରେ,
ଭାଇ ଦିଏ ପ୍ରତିଶ୍ରୁତି          ଅନନ୍ଯ ସେ  ଅନୁଭୂତି 
  ଭଉଣୀ ସୁରକ୍ଷା ପ୍ରତି ସଦା ତତ୍ପରେ, 
        ଭଉଣୀ କରଇ ମିନତୀ,
" ଉଦ୍ଧାରିବ ଭାଇ ସଦା ସବୁ ବିପତ୍ତି ॥"

ରାକ୍ଷୀ ବାଣ୍ଟେ କେଡେ ଖୁସି         ନାଶ କରେ ଦୁଃଖରାଶି 
  ରାଗ ରୋଷ ଯାଏ ଲୁଚି ବାନ୍ଧିଲେ ରାକ୍ଷୀ, 
ରହେ ନାହିଁ ଆବିଳତା       ବଢାଅ ସେ  ନିବିଡତା 
   ବିଶ୍ବଭାତୃତ୍ବ ବାରତା ପ୍ରଚାରେ ରାକ୍ଷୀ, 
         ଧନ୍ଯ ଧନ୍ଯ ରାକ୍ଷୀ ମହାନ,
  ଭାଇଭଉଣୀଙ୍କୁ କର କୋଟି କଲ୍ୟାଣ ॥

ଶରତ ଚନ୍ଦ୍ର ମହାନ୍ତ
କେମ୍ପସଡା, କେନ୍ଦୁଝର