***** ରାକ୍ଷୀ ******

ଭାଇପଥ ଚାହିଁ ଭଉଣୀ ରହିଛି
ବିଦେଶେ ରହୁଛି ଭାଇ
ପରିବାର ପାଇଁ ଦାଦନ ଖଟୁଛି
ଦୁଃଖେ କାଳ କଟୁଥାଇ।
ରାକ୍ଷୀପୁନେଇଁରେ ଭାଇଙ୍କ ହସ୍ତରେ
ଇଛା ସେ ବାନ୍ଧିବ ରାକ୍ଷୀ
ସିନ୍ଦୂର କଲିକୁ ଚନ୍ଦନ ଟିପାଟି
ଖୁସି ହେବ ଥରେ ଦେଖି।
କାମଧନ୍ଦା ନାହିଁ ରୋଜଗାର କାହିଁ
ତାଲା ପଡିଅଛି କାମ
ପକେଟ ଭାଇର ହେଲାଣି ଶ୍ରୀହୀନ
ଅପୂର୍ଣ୍ଣ ତା ମନସ୍କାମ।
ଫେରିବାକୁ ଇଛା ଜନମ ମାଟିକୁ
ହେଲେ ପାରୁନାହିଁ ଫେରି
କରୋନା ଭୂତାଣୁ ଚତୁର୍ଦିଗେ ମାତି
ବିପଦେ ପକାଏ ଭାରି।
ରକ୍ଷାସୂତ୍ର ଗୋଟି ଭଉଣୀ ବାନ୍ଧିଣ
କୁହନ୍ତା କରିବୁ ରକ୍ଷା
ଧନ ଦରବରେ ନାହିଁ ଆଶା ମୋର
ସ୍ନେହ ସୁଧା କରେ ଭିକ୍ଷା।
ଏତିକି ଶ୍ରବଣେ ଭାଇର ହୃଦୟ
ଆନନ୍ଦେ ଯାଆନ୍ତା ଭରି
ଭାଇ ଭଉଣୀର ବିମଳ ସମ୍ପର୍କ
ଅମଳିନ ଯୁଗ ସରି।
---------++++----_-
ଅନାମ ଚରଣ ସାହୁ
ବିଭୂତିପୁର, କାକଟପୁର,ପୁରୀ
ମୋ-୯୯୩୭୨୧୦୨୬୦