----- ରାକ୍ଷୀ -----

ରାକ୍ଷୀର ମାନ ରଖିବୁ ଭାଇ ମୋର ।
ଦୋଉଛି ପିନ୍ଧାଇ ସେନ୍ହ ଶରଧାର ।

ଏ ରାକ୍ଷୀ ରହିଲା ସାଖୀ ।
ତୁ ମୋ ଭାଇ ରଥି ଓ ସାରଥି ।

ଯୁଗେ ଯୁଗେ କରିବୁ ରକ୍ଷା ।
କଥା ଦେ ଭାଇ ଦେବୁନି ଧୋକା ।

ଯଦି କେବେ ମୁଁ ରୁଷିଗଲି ଏ ଚଲା ପଥରେ ।
ମନେଇ ନେବୁ ମୋ ଭାଇ ତୁ କହରେ ।

ଏ ସଂସାରର ସବୁଠୁ ବଡ଼ ବନ୍ଧନ ।
ଭାଇ ଭଉଣୀ କାହାଣୀର ଅମୂଲ୍ୟ ଦିନ ।

ଅଳି କଲେ ମତେ ବୁଝେଇ ଦେବୁ ।
ସବୁଦିନ ମୋ ସାଥେ ରହିବୁ ।

ଗୋଟିଏ ପଣତେ ଆମେ ଦୁଇଟି ତାରା ।
ବାପା ମାଆ କୁହନ୍ତି ପରା ।

ଯାହା ଅଛି ଆମ ଘରେ ମିଳିମିଶି ଖାଇବା ।
ଏ ଅତୁଟ ସମ୍ପର୍କ ବଜାଇ ରଖିବା ।

କଥା ଦେଲି ଭଉଣୀ ରକ୍ଷା କରିବି ତତେ ।
ଚାଲିଯାଉ ମୋର ଏ ଜୀବନ ପଛେ ।

ସମସ୍ତଙ୍କୁ ରାକ୍ଷୀ ପୂର୍ଣ୍ଣିମା ଶୁଭେଚ୍ଛା ଓ ଅଭିନନ୍ଦନ ମୋର ।
ସବୁବେଳେ ଶୋଭା ପାଉ ତୁମ ହାତରେ ରାକ୍ଷୀର ଡୋର ।

ସପରିବାର ସହ ଖୁସିରେ ରୁହନ୍ତୁ ଭଉଣୀ ଆମର।
ଦୂରେ ଥାଇ ଜଣାଉଛି ରାକ୍ଷୀ କୁ କୋଟି କୋଟି ସମ୍ମାନ ।

ଲଲାଟ କେଶରୀ ବଳସାମନ୍ତ
(ଓଡି଼ଶା,,ଯାଜପୁର:-୭୫୪୨୦୫)
ଯୋଗାଯୋଗ କରିବା ପାଇଁ:-8458025456