କୃଷକ

ମୋ ହାତର ପରଶରେ ଖେଳିଯାଏ
ଖେତରେ ମୋ ଫସଲ ସୁନାର
ମୁଣ୍ଡ ଝାଳ ତୁଣ୍ଡେ ମାରି ଭରିଦିଏ
ଏ ଦେଶର ଖାଦ୍ୟର ଭଣ୍ଡାର  l

ହଳ ଧରି ଶୁଖିଲା ମାଟିକୁ ତାଡି
ସବୁଜିମା ଭରି ଦିଏ ମୁହିଁ
ଖୁସି ହୁଏ ଦେଖେ ଯେବେ କ୍ଷେତ ମୋର
ଫୁଲ ଫଳେ ପଡେ ଯେବେ ନଇଂ l

ସକାଳରୁ ସଂଜଯାଏ କ୍ଷେତରେ ମୁଁ
ଖଟିବାକୁ ଭଲପାଏ ଭାରି
ଖାତିର କରେନା କେବେ ଜ୍ୟଷ୍ଟ ଖରା
ଶୀତ ଆଉ ଶିରାବଣ ବାରି    l

ନୁଆଁନିଆ ନଡା ଛପରର ଘର
ସାଧା ସିଧା ଅଟେ ମୋ ପୋଷାକ
ପଳଇ ମୁଁ ସବୁ ପୁନେଇଁ ପରବ
ସଭିଙ୍କର ପ୍ରିୟ ମୁଁ କୃଷକ  l

       ବିଚିତ୍ରାନନ୍ଦ ଜେନା
       ସେଣ୍ଡତୀରା, ବନ୍ତ, ଭଦ୍ରକ
       9438466017