*** ରାକ୍ଷୀ ***

ସାରା ଜୀବନ ପାଇଁ
      ଭାଇ ହୁଏ ଭଉଣୀ ରକ୍ଷକ
ସାକ୍ଷୀ ରହେ ରାକ୍ଷୀ
       ସାଜି ତାଙ୍କ ସମ୍ପର୍କର ପ୍ରତୀକ।
ଏଇ ପ୍ରତୀକର ଡୋର
       ନୁହେଁ କମ୍ ଯୋର
କହିଦିଏ ସେ ଏ ବନ୍ଧନ
       ଯୁଗ ଯୁଗର।
ଆସିଥାଏ ଭାଙ୍ଗିବାକୁ
      ରାଗ ଋଷା ଅଭିମାନକୁ
ଫେରିଯାଏ ଯୋଡ଼ି
      ସମ୍ପର୍କର ସୂତାଖିଅକୁ।
କେତେ ରଙ୍ଗ ବେରଙ୍ଗରେ
             ସଜ ହୋଇଥାଏ
ବର୍ଷକର ସବୁ ଖୁସି
             ଦିନକରେ ଦିଏ।

              ଶର୍ମିଷ୍ଠା ସାହୁ
              ହାଇଦ୍ରାବାଦ
              ଆନ୍ଧ୍ରପ୍ରଦେଶ