'ରାକ୍ଷୀ'
****"********************
ବିଶ୍ବ ନିଅନ୍ତା ଙ୍କ ଅପାର କରୁଣା
ଭଉଣୀ ଭାଇ ହାତେ ବାନ୍ଧେ ରାକ୍ଷୀ
ମଧୁର ସମ୍ପର୍କ ଭାଇ ଭଉଣୀ ର
ଶ୍ରାବଣ ଗହ୍ମା ପୁର୍ଣିମା ଦିନଟି ସାକ୍ଷୀ....୧
ରେଶମୀ ସୁତାର ରାକ୍ଷୀ ଟିଏ ବାନ୍ଧି
ରଖିବି ଭାଇର ମାନ
ଶ୍ରାବଣ ର ଏହି ରାକ୍ଷୀ ପୂର୍ଣ୍ଣିମା
ଭାଇ ଭଉଣୀ ର ଅତୁଟ ବନ୍ଧନ...୨
ଜଗନ୍ନାଥ ଭଲଭଦ୍ର ହାତରେ
ସୁଭଦ୍ରା ବାନ୍ଧି ଥିଲେ ରାକ୍ଷୀ
ଭାଇ ଭଉଣୀ ର ସମ୍ପର୍କ ଡୋର
ବଡ଼ ଦେଉଳ ହେଉଛି ସାକ୍ଷୀ....୩
ଭାଇ ରକ୍ଷା ର ବନ୍ଧନ ଏହା
ନୁହେଁ ମାମୁଲି ସୁତା
ଶାନ୍ତି ମୁକ୍ତି ମୈତ୍ରୀ ପ୍ରିତୀ ପ୍ରେମ
ଭାଇ ଭଉଣୀ ଗୋଟିଏ ମାଳାରେ ଗୁନ୍ଥା....୪
ଶିଶୁପାଳ ରଜାର ଶିର ଛେଦନରେ
ଚକ୍ର ପେଶିଥିଲେ କୃଷ୍ଣ
ଆଙ୍ଗୁଠିରେ ଯେଉଁ ରକ୍ତ ସ୍ରାବ ହେଲା
ଦ୍ରୋପଦୀ ଶାଢୀ କାନୀ ଚିରି
କୃଷ୍ଣ ଆଙ୍ଗୁଠି ରେ କଲେ ବନ୍ଧନ....୫
କୃଷ୍ଣ ରକ୍ଷା କାରୀ ଦ୍ରୋପଦୀଙ୍କୁ
କୃଷ୍ଣ ରକ୍ଷା କଲେ ସେହିଦିନ
କୁରୁ ସଭାତଲେ ଦ୍ରୋପଦୀର
ପଡିଥିଲା ଯେଉଁ କଷଣ.......୬
ମହାଭାରତ ର ସେହି କଥା ବସ୍ତୁରୁ
ରକ୍ଷା ବନ୍ଧନ ଉତ୍ସବ ଜାଣ
ଭାରତୀୟ ଭାଇ ଭଉଣୀ ମଧ୍ୟରେ
ସେନ୍ହ ସମ୍ପର୍କର ବୀଜ ରୋପଣ....୭
ଭାଇ ଭଉଣୀ ର ପବିତ୍ର ସମ୍ପର୍କ
ଜନ୍ମ ଜନ୍ମାନ୍ତରେ ଥାଉ
ଦିର୍ଘ ଜୀବନ କାମନା କରେଁ
ପ୍ରଭୁ ପାଦେ ମନ ରହୁ.......୮
ପବିତ୍ର ପର୍ବ ରକ୍ଷା ବନ୍ଧନ ରେ
ଠାକୁର ପାଖରେ ଗୁହାରି
ଭାଇ ଭଉଣୀ ର ଅତୁଟ ବନ୍ଧନ
ରହି ଥାଉ ଯୁଗ ଯୁଗ ଧରି......୯
ଲାଗି ରହିଥାଉ ସବୁଦିନେ ଭାବ
ଭାଇ ଭଉଣୀ ର ଦୁଃଖ ହେଉ ଦୁର
ଆଶିଷ ଦିଅ ହେ ପ୍ରଭୁ ଜଗନ୍ନାଥ
ତୁମ ପାଦ ତଲେ ଜୁହାର....୧୦
*************************
ପରେଶ କୁମାର ପରୁଆ
ସୁଭଦ୍ରା ନିବାସ ବିଶିପାଲି ଜମଲା ପଦମପୁର
ଜିଲ୍ଲା-ବରଗଡ
0 Comments