ନାରୀ ସଶକ୍ତିକରଣ
ଭାରତ ବର୍ଷରେ ପୁରାଣ ଶାସ୍ତରେ
ଇତିହାସେ ନାରିଶକ୍ତି,
ନନ୍ଦିନୀ ସତ୍ ପତି ମୀରା ଲକ୍ଷ୍ମୀବାଇ
ଦେଇଛନ୍ତି ପରା ମୁକ୍ତି |
ନାରୀଠାରୁ ବଡ ଦୁନିଆରେ ଆଉ
କିଏ ଅଛି କହ ଭାଇ,
ନାରୀର ସେନେହ ନାରୀର ମମତା
ଆଉ କେ ପାରିବ ଦେଇ |
ନାରୀ ଯେ ହୋଇଣ ସବୁ ସହିଅଛି
ଜଗତର ହିତ ପାଇଁ,
ଜଗତ ଜାଣିଛି ନାରୀଠାରୁ ବଡ
ଦୁନିଆରେ କେହି ନାହିଁ |
ବ୍ରହ୍ମ ବିଷ୍ନୁ ଶିବ ଅମର ବର ତ
ଦେଇ ପାରିଲେନି କେହି,
କେତେ ମୁନି ରୁଷି ତପସ୍ଯାରେ ବସି
ମାଗିଥିଲେ ବର ସେହି |
ନାରୀ ହୋଇ ଗଙ୍ଗା ଅମର ବର ଯେ
ଦେଇଥିଲେ ସନ୍ତାନକୁ,
ଭୀଷ୍ମ ଦେବବ୍ରତ ଅମର ଯେ ହେବ
କହିଥିଲେ ସନ୍ତାନୁଙ୍କୁ |
ଗାନ୍ଧାରୀ ଯେ ଦିନେ ହୋଇପାରିଥିଲା
କୋଟିଏ ବିଶ୍ବର ରାଣୀ,
ନାରୀ ହୋଇ ଯେକି କହିଯାଇଥିଲା
ସମସ୍ତଙ୍କୁ ଏକ ବାଣୀ |
ନାରୀ ହୋଇପୁଣି ସାବିତ୍ରି ଯେ ଦିନେ
ଫେରାଇ ଆଣିଲା ସ୍ବାମୀକୁ,
ନାରୀ ଶକ୍ତି ଗୋଟି କେଡେ ଅମୃତଯେ
ଯମ ଡରିଥିଲା ତାକୁ |
ଅଶୋକ ସମ୍ରାଟ କଲିଙ୍ଗକୁ ଥରେ
କରିଥିଲା ଆକ୍ରମଣ,
ଯୁଦ୍ଧ ରେ ବିଜୟୀ ହୋଇବାରୁ ଦିନେ
ଦେଉଥିଲା ଧନ ଦାନ |
ଉତ୍କଲର ନାରୀ କାନ୍ଦି କାନ୍ଦି ଦିନେ
ରାଜାଙ୍କୁ କହିଲେ ବାଣୀ,
ସତ୍ୟ କଲେ ରାଜା ଦାନ ମୁଁ ମାଗିବି
ତୁମ ଠାରୁ ଆଜ ଶୁଣି |
ସତ୍ୟ ଯେ କରାଇ ଉତ୍କଲ ନାରୀ
ମାଗିଥିଲେ ଏହି ଭିକ୍ଷା
ମଥାର ସିନ୍ଦୁର ହସ୍ତର ଯେ ଶଙ୍ଖା
କରିଦେ ପୁରଣ ଏକା |
ରାଜା ହୋଇ ତୁହି ସତ୍ୟ ଭଙ୍ଗକରି
ହୋଇଗଲୁ ଚଣ୍ଡାଶୋକ,
ଉତ୍କଲର ନାରୀ ଶିକ୍ଷା ଦେଇ ତାକୁ
କରିଥିଲା ଧର୍ମାଶୋକ |
କାନ୍ଚି ଅଭିଯାନେ ଦହି ଖାଇଥିଲୁ
ମାଣିକ ହାତରୁ ତୁହି,
କଉଡି ନ ଦେଇ ଦେଇଥିଲୁ ମୁଦି
ଆସୁଛନ୍ତି ରାଜା କହି |
ଲକ୍ଷୀ ଅଭିଶାପେ ବାର ବର୍ଷ ତୁମେ
ବୁଲିଥିଲ ବେନିଭାଇ,
ଲକ୍ଷ୍ମୀ ଚାଣ୍ଡାଲୁଣୀ ହସ୍ତରୁ ଯେ ଖାଇ
ରଖିଲୁ ଜୀବନ ତୁହିଁ |
ରାମ ଅବତାରେ ଶବରୀ ଘରକୁ
ତୁହି ପରା ଯାଇଥିଲୁ,
କଷା ପିତା କେନ୍ଦୁ ମହୁଲ ଯେ ଚାର
ଅଇଁଠାକୁ ଖାଇଥିଲୁ |
ଫୁଲଠୁ ମହକ ଜହ୍ନଠୁ ଆଲୋକ
ତା କୋଲ ମମତା ସିଏ,
ନାରୀର ଆଶିଷ ସାହାଏକା ସିନା
ତା ରୁଣ ସୁଝିବ କିଏ |
ନାମ- ଭୀଷ୍ମଦେବ ମେହେର
(ବରଗଡ) ଗ୍ରାମ-ଖଇରପାଲି
ମୋ-9178416579
ମୋ-9178416579
0 Comments